ପୁଣି ଅସହ୍ୟ ହେବ ଗୁଳୁଗୁଳି, ତିନି ଦିନ ଭିତରେ ବଢ଼ିବ ତାତି
ପୁଣି ବଢିବ ତାପମାତ୍ର । ୩ ଦିନ ମଧ୍ୟରେ ଆହୁରି ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ଭୁବନେଶ୍ୱର: ପୁଣି ବଢିବ ତାପମାତ୍ର । ୩ ଦିନ ମଧ୍ୟରେ ଆହୁରି ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ରାଜ୍ୟର ଅନେକ ସ୍ଥାନରେ ୨ରୁ ୩ ଡିଗ୍ରୀ ଯାଏଁ ତାତି ବଢ଼ିବା ସମ୍ଭାବନା ରହିଛି । ତାପମାତ୍ରା ବୃଦ୍ଧି ସହ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ଗୁଳୁଗୁଳି ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଦିନରେ ଅସହ୍ୟ ଗରମ ହେବା ସହ କିଛି ଜିଲ୍ଲାରେ ସନ୍ଧ୍ୟା ସମୟରେ କାଳବୈଶାଖୀ ହେଉଥିବା ଖବର ଆସୁଛି। ଗତ ୨୩ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ଝଡ଼ ବର୍ଷା ସହ ବଜ୍ରପାତ ହୋଇଥିଲା। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ହେଉଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।












Click it and Unblock the Notifications