ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ, ଜୁଲାଇ ୪ରୁ ସାରା ରାଜ୍ୟରେ ବର୍ଷା

ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଚଳିତ ମାସ ୪ ତାରିଖରୁ ରାଜ୍ୟର ଉତ୍ତର ଓଡିଶା ଏବଂ ତତସଲଗ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ।

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ବାୟୁ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି । ଏହାରି ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଚଳିତ ମାସ ୪ ତାରିଖରୁ ରାଜ୍ୟର ଉତ୍ତର ଓଡିଶା ଏବଂ ତତସଲଗ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ବଳୟ ଅଧିକ ଘନୀଭୂତ ହେବାପରେ ସମଗ୍ର ରାଜ୍ୟରେ ଅଧିକ ବର୍ଷା ହେବ ବୋଲି ଜଣାପଡ଼ିଛି ।

Weather Report

ମିଳିଥିବା ସୂଚନା ଅନୁସାରେ, ବଙ୍ଗୋପସାଗରରେ ଆଜିଠୁ ୧୪ତାରିଖ ମଧ୍ୟରେ ୨ଟି ଲଘୁଚାପ ବଳୟ କ୍ଷେତ୍ର ସୃଷ୍ଟି ହେବାର ପୂର୍ବାନୁମାନ କରାଯାଉଛି । ବଙ୍ଗୋପସାଗରରେ ଓଡ଼ିଶା ଉପକୂଳରେ ଗୋଟିଏ ଲଘୁଚାପ ବଳୟ କ୍ଷେତ୍ର ଜୁଲାଇ ୧ରୁ ୭ ତାରିଖ ଓ ଅନ୍ୟଟି ଜୁଲାଇ ୮ରୁ ୧୪ତାରିଖ ମଧ୍ୟରେ ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଯୋଗୁ ଓଡ଼ିଶାରେ ମୌସୁମୀ ବର୍ଷା ସକ୍ରିୟ ହେବ ବୋଲି ଆକଳନ କରାଯାଉଛି । ଆସନ୍ତା ୫ଦିନ ପାଇଁ ରାଜ୍ୟର କିଛି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ବିଶେଷକରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+