ପାଣିପାଗ ଖବର: ବଦଳିବ ରାଜ୍ୟର ପାଗ, ହାଲୁକାରୁ ମଧ୍ୟମ ଧରଣର ବର୍ଷା
ଭୁବନେଶ୍ୱର: ରାଜ୍ୟରେ ବଦଳିବ ପାଗ । ୧୪ରୁ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
କାଲିଠୁ ରାଜ୍ୟରେ ପୁଣି ପାଗରେ ପରିବର୍ତ୍ତନ ହେବ । ବିଶେଷ କରି ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
୧୪ ତାରିଖ ସକାଳ ସାଢେ ୮ଟାରୁ ୧୫ ତାରିଖ ସକାଳ ସାଢେ ୮ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକର ଗୋଟିଏ ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବାକି ସବୁ ଜିଲ୍ଲାରେ ପାଗ ପ୍ରାୟ ଶୁଖିଲା ରହିବ ।

ସେହିପରି ୧୫ ତାରିଖ ସକାଳ ସାଢେ ୮ଟାରୁ ୧୬ ତାରିଖ ସକାଳ ସାଢେ ୮ଟା ପର୍ଯ୍ୟନ୍ତ ଉତ୍ତର ଉପକୂଳ ଓ ନୟାଗଡ, ଖୋର୍ଦ୍ଧା, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ ଜିଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ସେହିପରି ୧୬ ତାରିଖ ସକାଳ ସାଢେ ୮ଟାରୁ ୧୭ ତାରିଖ ସକାଳ ସାଢେ ୮ଟା ପର୍ଯ୍ୟନ୍ତ ଉତ୍ତର ଉପକୂଳ ଓ କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଏବଂ ୧୭ ତାରିଖ ସକାଳ ସାଢେ ୮ଟାରୁ ୧୮ ତାରିଖ ସକାଳ ସାଢେ ୮ଟା ପର୍ଯ୍ୟନ୍ତ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡା ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ।
୧୮ ଏବଂ ୧୯ ତାରିଖରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ଏବଂ କିଛି ସ୍ଥାନରେ କୁଆପଥର ବର୍ଷା ହୋଇପାରେ । ବର୍ତ୍ତମାନ ରାଜ୍ୟରେ ବାୟୁ ଚଳାଚଳରେ ଅସଙ୍ଗତି ଦେଖାଦେଉଛି । ସେହିଭଳି ଉତ୍ତର ଓଡ଼ିଶାକୁ ଉତ୍ତର-ପଶ୍ଚିମ ଭାରତରୁ ଥଣ୍ଡା ପବନ ଆସୁଛି । ସେଥିପାଇଁ ଉତ୍ତର ଓଡ଼ିଶାରେ ତାପମାତ୍ରା କମ୍ ରହିଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାତି ବଢିବ ନାହିଁ ବୋଲି କୁହାଯାଇଛି ।












Click it and Unblock the Notifications