Weather News: ଶୀଘ୍ର ଆସିବ ମୌସୁମୀ, ମେ ୩୧ରେ କେରଳ ପହଞ୍ଚିଯିବ ମୌସୁମୀ
ଶୀଘ୍ର ଆସିବ ମୌସୁମୀ । ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟ ପୂର୍ବରୁ କେରଳ ପହଞ୍ଚିବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ଅନୁସାରେ ମେ ୩୧ ତାରିଖ ପାଖାପାଖି ମୌସୁମୀ କେରଳ ପହଞ୍ଚିଯିବ । ଯାହାକୁ ନେଇ ଅନ୍ୟ ରାଜ୍ୟମାନଙ୍କରେ ମୌସୁମୀ ଗତିବିଧିକୁ ନେଇ ସୂଚନା ଜାରି କରାଯାଇଛି।
ଦେଶରେ ଅସହ୍ୟ ଗୁଳୁଗୁଳି ସହ ଉଚ୍ଚ ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି । କେଉଁଠି ୪୫ ଡିଗ୍ରୀ ଉପରେ ତାପମାତ୍ରା ରହୁଛି ତ କେଉଁଠି ୪୦ ଡିଗ୍ରୀ ଉପରେ ରହୁଛି । ଏସବୁ ଭିତରେ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଲୋକଙ୍କ ମନରେ ଆଶ୍ୱସ୍ତି ଆଣିଛି ।
ଅନ୍ୟପଟେ ପାଣିପାଗ ବିଭାଗ କହିଛି କି ଚଳିତ ବର୍ଷ ଦେଶରେ ସାମାନ୍ୟରୁ ଅଧିକ ବର୍ଷା ହୋଇପାରେ । ଏହି କ୍ରମରେ ଦେଶରେ ୮୭ ସେଣ୍ଟିମିଟର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ମୌସୁମୀ ବାୟୁ ମେ'୩୧, ଆଗରୁ ପହଂଚୁଥିବା ବେଳେ ଓଡିଶାରେ ଜୁନ ୧୧ ରୁ ୧୬ ତାରିଖ ମଧ୍ୟରେ ମୌସୁମୀ ବାୟୁ ପହଂଚିବ ବୋଲି ପୂର୍ବାନୁମାନ କରାଯାଇଛି । ଗତବର୍ଷ ଜୁନ ୮ ତାରିଖରେ ମୌସୁମୀ ବାୟୁ କେରଳରେ ପହଂଚିଥିଲା ।
ଯଦି ମୌସୁମୀ ବାୟୁ କେରଳ ପହଂଚିବାର ଇତିହାସ ଦେଖିବା ତେବେ ୧୯୧୮ ମସିହାରେ ସବୁଠାରୁ ଶୀଘ୍ର ଅର୍ଥାତ ମେ ୧୧ ତାରିଖରେ ମୌସୁମୀ ବାୟୁ ପହଂଚିଥିବା ବେଳେ ସବୁଠୁ ବିଳମ୍ବ ୧୯୭୨ ମସିହାରେ ଜୁନ ୧୮ ତାରିଖରେ କେରଳରେ ମୌସୁମୀ ବାୟୁ ପହଂଚିଥିଲା ।
IMD ର ପୂର୍ବାନୁମାନ ଅନୁସାରେ, ଚଳିତ ବର୍ଷ କେରଳରେ ମୌସୁମୀ ବାୟୁ ମେ ୨୭ରୁ ଜୁନ ୪ ଭିତରେ ପ୍ରବେଶ କରିପାରେ। କେରଳରେ ମୌସୁମୀ ଜୁନ ୧ରୁ ୪ ଭିତରେ ଆସିଥାଏ।












Click it and Unblock the Notifications