ପାଣିପାଗ ଖବର: ଶୀଘ୍ର ଆସିପାରେ ମୌସୁମୀ, ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷିବ
ଶୀଘ୍ର ଆସିପାରେ ମୌସୁମୀ । ଚଳିତ ବର୍ଷ ମୌସୁମୀ ଶୀଘ୍ର ଆସିପାରେ । ଏହା ସହ ଦେଶରେ ମୌସୁମୀ ଜନିତ ବର୍ଷ ଅଧିକ ହୋଇପାରେ ।
ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ମୌସୁମୀ ଋତୁ ପାଇଁ ଏହାର ବହୁ ପ୍ରତୀକ୍ଷିତ ପୂର୍ବାନୁମାନ ଜାରି କରିବାକୁ ଯାଉଛି ।
ତେବେ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ, ଭାରତ ମହାସାଗର ଡାଇପୋଲ୍ ବା ଆଇଓଡି ଏବଂ ଲା ନିନା ପରିସ୍ଥିତି ଏକାସାଙ୍ଗରେ ସକ୍ରିୟ ହେବାକୁ ଯାଉଛି । ତେଣୁ ଚଳିତ ବର୍ଷର ମୌସୁମୀ ସ୍ୱାଭାବିକ ଠାରୁ ଶୀଘ୍ର ପହଞ୍ଚିପାରେ । ଦେଶର ବିଭିନ୍ନ ସ୍ଥାନରେ ସମ୍ଭାବ୍ୟ ବୃଷ୍ଟିପାତ ଅଧିକ ପରିମାଣରେ ହେବ ।
ଲା ନିନାର ମିଶ୍ରଣ ଏବଂ ଭାରତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରାରେ ଅସ୍ଥିରତା, ଭାରତ ମହାସାଗର ଡାଇପୋଲର ଏକ ଅନନ୍ୟ ପାଣିପାଗ ଘଟଣା । ଏହାଦ୍ୱାରା ଦକ୍ଷିଣ-ପଶ୍ଚିମ ମୌସୁମୀକୁ ଯଥେଷ୍ଟ ପ୍ରଭାବିତ କରିବ ବୋଲି ଅନୁମାନ ହେଉଛି ।

ଘରୋଇ ପାଣିପାଗ ପୂର୍ବନୁମାନ ସଂସ୍ଥା ସ୍କାଏମାଟ୍ ପକ୍ଷରୁ କୁହାଯାଇଛି ଯେ ଦେଶର ପ୍ରାୟ ୭୦ ପ୍ରତିଶତ ବର୍ଷା ହେଉଥିବା ଭାରତର ଅର୍ଥନୀତିର ମୂଳାଧାର ମୌସୁମୀ ଦୀର୍ଘକାଳୀନ ହାରାହାରି ବା ଏଲପିଏର ପ୍ରାୟ ୧୦୨ ପ୍ରତିଶତ ସ୍ୱାଭାବିକ ହେବ । ଏଥିରେ ୫ ପ୍ରତିଶତ କମ୍ ବେଶୀ ହୋଇପାରେ ।
ଜୁନରୁ ସେପ୍ଟେମ୍ବର ଅବଧି ପାଇଁ ଏଲପିଏ ହେଉଛି ୮୬୮.୬ ମିଲି ମିଟର । ଘରୋଇ ପାଣିପାଗ ପୂର୍ବନୁମାନ ସଂସ୍ଥା ସ୍କାଏମେଟ୍ ଆକଳନ କରିଛି ଯେ ଏଲ୍ନିନୋ ଦ୍ରୁତ ଗତିରେ ଲା-ନିନା ଆଡ଼କୁ ଗତି କରୁଛି । ଯାହାଦ୍ୱାରା ମୌସୁମୀ ସଞ୍ଚାଳନ ଅଧିକ ଶକ୍ତିଶାଳୀ ହୋଇଥାଏ ।












Click it and Unblock the Notifications