Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ ଘନ କୁହୁଡିର ଆସ୍ତରଣ, ଆଗକୁ ପୁଣି ବଢିବ ଶୀତ

ଆସନ୍ତା 21 ତାରିଖରୁ ପୁଣି ରାଜ୍ୟରେ ତାପମାତ୍ରା କମିବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

ଭୁବନେଶ୍ବର: ସାରା ରାଜ୍ୟରେ ଦେଖା ଦେଇଛି ଘନ କୁହୁଡିର ଆସ୍ତରଣ । ସକାଳ 9 କିମ୍ବା 10 ଯାଏଁ କୁହୁଡି କମ ହେଉ ନଥିବା ବେଳେ ଆସନ୍ତା 21 ତାରିଖରୁ ପୁଣି ରାଜ୍ୟରେ ତାପମାତ୍ରା କମିବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ବଢିବା ନେଇ କୁହାଯାଇଛି । ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ତାପମାତ୍ରା ବଢିବ । ଉପକୂଳ ଓଡ଼ିଶାର ଜିଲ୍ଲାଗୁଡିକରେ ସ୍ୱାଭାବିକ ଠାରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

weather forecast

ପୁଣି ୨୧ ତାରିଖରୁ ଶୀତ ଲେଉଟିବ । ସ୍ୱାଭାବିକ ଠାରୁ ୩ ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ସହ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ଶୀତ ଅନୁଭୂତ ହେବ । ଶୀତ ଏବଂ ତାପମାତ୍ରା ବୃଦ୍ଧି ଲୁଚକାଳି ଖେଳ ମଧ୍ୟରେ ଘନ କୁହୁଡି ଅସ୍ତବ୍ୟସ୍ତ କରିବ ।

ସେପଟେ ଆଜି ରାଜ୍ୟର ୭ଟି ଜିଲ୍ଲାରେ ପାରଦ ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି । ବୌଦ୍ଧ, ନୟାଗଡ, କନ୍ଧମାଳ, ପୁରୀ ଏବଂ କଳାହାଣ୍ଡିର କିଛି ସ୍ଥାନରେ ଘନ କୁହୁଡି ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଘନ କୁହୁଡ଼ି ଯୋଗୁ ଯାନବାହନ ଚଳାଚଳ ପ୍ରଭାବିତ ହେବା ଆଶଙ୍କା ରହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+