ଆହୁରି ବଢିବ ତାତି : ରାଜ୍ୟରେ ଏହି ସବୁ 21ଟି ଜିଲ୍ଲାରେ ଜାରି ହେଲା ୟଲୋ ଓ୍ୱାର୍ଣ୍ଣି
ରାଜ୍ୟରେ 21ଟି ଜିଲ୍ଲାକୁ ୟଲୋ ଓ୍ୱାର୍ଣିଂ ଜାରି କରାଯାଇଛି
ଭୁବନେଶ୍ୱର । ଆଗକୁ ଆହୁରି ବଢିବ ତାତି । ରାଜ୍ୟରେ 21ଟି ଜିଲ୍ଲାକୁ ୟଲୋ ଓ୍ୱାର୍ଣିଂ ଜାରି କରାଯାଇଛି । ସେଗୁଡିକ ମଧ୍ୟରେ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, ଦେଓଗଡ, ବରଗଡ, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କନ୍ଧମାଳ, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ନୟାଗଡ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ।

ଆଗାମୀ ଦୁଇ ଦିନ ମଧ୍ୟରେ ଦିନରେ ତାପମାତ୍ରା ଦୁଇରୁ ଚାରି ଡିଗ୍ରୀ ବଢିବ । ଆଜି ରାଜ୍ୟରେ 11ଟି ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା ପାଣିପାଗ ବିଭାଗ କହିଛି । ସେହପରି ବାରିପଦା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ରହିଛି । ବାରିପଦାର ତାପମାତ୍ରା 44.6 ଜିଗ୍ରୀ ସେଲସିୟସ ରହିଛି ।












Click it and Unblock the Notifications