ଅପ୍ରେଲ ପହିଲାରୁ ନିସ୍ତାର ନାହିଁ ! ଆହୁରି ବଢିବ ପାରଦ, ସତର୍କ କରାଇଲେ ଏସଆରସି
ଅପ୍ରେଲ ପହିଲାରୁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲା ଆହୁରି ତାତିବ
ଭୁବନେଶ୍ୱର । ତାତି ଦିନକୁ ଦିନ ବଢିବାରେ ଲାଗିଲାଣି । ଅପ୍ରେଲ ପହିଲାରୁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲା ଆହୁରି ତାତିବ । ଏହାକୁ ନଜରରେ ରଖି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଛଅ ଜିଲ୍ଲା ପାଇଁ ହିଟୱେଭ୍ ଜାରି ହୋଇଛି । ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ଛଅ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

ଅପରପକ୍ଷରେ ମାର୍ଚ୍ଚ 29 ଓ 30ରେ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର କହିଛି । ସୋମବାର ପୂର୍ବାହ୍ନ ସୁଦ୍ଧା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଳ୍ଲାର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି ।












Click it and Unblock the Notifications