ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ସର୍ବାଙ୍ଗୀନ ଉନ୍ନତି ଲାଗି କାମ କରିବୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବରରେ ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚ୍ଚା ତରଫରୁ ନବ ନିର୍ବାଚିତ ବିଧାୟକ ଓ ସାଂସଦମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ସମାଜରେ ହରିଜନ ଓ ଆଦିବାସୀମାନେ ପଛୁଆ ବର୍ଗରେ ଅଛନ୍ତି।

mohancharanmajhi

ପଛୁଆ ବର୍ଗରେ ଥିବା ହେତୁ ଆମେ ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସମାନତା ହାସଲ କରିପାରିନାହୁଁ। ଆମ ଦେଶର ରାଷ୍ଟ୍ରପତି ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ପଛୁଆ ବର୍ଗର ଲୋକ ଅଟନ୍ତି। ଏସସି ଏସଟିଙ୍କୁ ସଶକ୍ତ କରିବା ଆମର ଲକ୍ଷ୍ୟ ହେଉ। ନୂଆ ସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ସର୍ବାଙ୍ଗୀନ ଉନ୍ନତି ଲାଗି କାର୍ଯ୍ୟ କରୁଛି।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଜନଜାତି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସମେତ ସମସ୍ତ ମନ୍ତ୍ରୀ ଓ ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି। ଏହା ପୂର୍ବରୁ ରବୀନ୍ଦ୍ର ମଣ୍ଡପରେ ନବ ନିର୍ବାଚନ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ସମସ୍ତ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+