ଆତ୍ମସମର୍ପଣ କରିବୁ ସୁରକ୍ଷା ପ୍ରଦାନ କର, ଛତିଶଗଡ଼ ଗୃହମନ୍ତ୍ରୀଙ୍କୁ ନକ୍ସଲ ସଂଗଠନର ଚିଠି
ଛତିଶଗଡ଼ ଗୃହମନ୍ତ୍ରୀ ବିଜୟ ଶର୍ମାଙ୍କୁ ଓଡ଼ିଶାର କେତେକ ମାଓବାଦୀ ସଂଗଠନ ଚିଠି ଲେଖିଛନ୍ତି। ଚିଠିରେ ମାଓବାଦୀମାନେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଚାହୁଁଥିବା ଉଲ୍ଲେଖ କରିଛନ୍ତି। ଆତ୍ମସମର୍ପଣ ପାଇଁ ଚାହୁଁଥିବା ମାଓବାଦୀ ସଂଗଠନ ବିବିଏମ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଆତ୍ମସମର୍ପଣ କଲେ ସୁରକ୍ଷା ପ୍ରଦାନ କରିବାକୁ ମାଓବାଦୀମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ମାର୍ଚ୍ଚ ୧ କିମ୍ୱା ୨ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବା ନେଇ ସଂଗଠନ ପକ୍ଷରୁ କୁହାଯାଇଛି। ଓଡ଼ିଶା କିମ୍ୱା ଛତିଶଗଡ଼ ପୋଲିସ ନିକଟରେ ମାଓବାଦୀମାନେ ଆତ୍ମସମର୍ପଣ କରିବେ ବୋଲି ଚିଠିରେ କହିଛନ୍ତି।













Click it and Unblock the Notifications