ବାଂଲାଦେଶୀ ହିନ୍ଦୁଙ୍କ ସହ ଆମେ ଛିଡା ହୋଇଛୁ ; ଆସାମ ମୁଖ୍ୟମନ୍ତ୍ରୀ, ବିଜେଡିକୁ କଲେ ଟାର୍ଗେଟ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଆସିବା ପରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ସେଠାରେ ବିରୋଧୀଙ୍କୁ କଡା ଟାର୍ଗେଟ କରୁଛନ୍ତି । ସେ କହିଛନ୍ତି ବିଜେଡି ଇତିହାସ ଶେଷ ହୋଇଯିବ । ପୁରୀରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବଡ଼ ବୟାନ ଦେଇଛନ୍ତି। ଆଗାମୀ ୫୦ ବର୍ଷ ଯାଏଁ ବିଜେପି ରହିବ। ଏଥିରେ ସନ୍ଦେହ ନାହିଁ ବୋଲି ସେ କହିଛନ୍ତି।

Himant Biswasharma

ସେ ଆହୁରି କହିଛନ୍ତି, ବାଂଲାଦେଶୀ ଅନୁପ୍ରବେଶକାରୀ ରୋକିବା ପାଇଁ NRC ଦରକାର। ଆସାମରେ ଆଇନ ଆଣିଛୁ। ଆଧାର କାର୍ଡ ପାଇଁ NRCରେ ନାଁ ଥିବା ଦରକାର। କିଏ ଭାରତୀୟ ଓ କିଏ ଅନୁପ୍ରବେଶକାରୀ ଏଥିରୁ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ହିମନ୍ତ ବିଶ୍ୱଶର୍ମା ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି। ଜିଲ୍ଲାପାଳ, ଏସ୍‌ପି ଓ ଆସାମ ପଣ୍ଡାଙ୍କ ଉପସ୍ଥିତରେ ଶ୍ରୀ ବିଶ୍ୱଶର୍ମା ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ଆଉ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ। ମହାପ୍ରଭୁଙ୍କୁ ଦର୍ଶନ ପରେ ବାଂଲାଦେଶ ପ୍ରସଙ୍ଗରେ ବିଶ୍ଵଶର୍ମା କହିଛନ୍ତି, କେବଳ ଭାରତରେ ଅଳ୍ପ ସଂଖ୍ୟକଙ୍କୁ ସୁରକ୍ଷା ଦିଆଯାଏ। ପାକିସ୍ତାନ, ବାଂଲାଦେଶ ବା ଅନ୍ୟ କୌଣସି ଦେଶ ସେମାନଙ୍କ ଚିନ୍ତା କରନ୍ତି ନାହିଁ। ପ୍ରଧାନମନ୍ତ୍ରୀ ନିଶ୍ଚିତ ଏହାର ଖୁବ୍‌ ଶୀଘ୍ର କୁଟନୈତିକ ସମାଧାନ ବାହାର କରିବେ। ବାଂଲାଦେଶୀ ହିନ୍ଦୁଙ୍କ ସହ ଆମେ ଛିଡା ହୋଇଛୁ ବୋଲି କହିଥିଲେ।

କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ଶ୍ରୀ ବିଶ୍ୱଶର୍ମା କହିଛନ୍ତି, ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଆକ୍ରମଣ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ଓ ବିରୋଧୀ ଚୁପ୍‌ ରହିଛନ୍ତି। ସେମାନେ ଭାରତରେ ଅସ୍ଥିରତା ଆଣିବା ସହ ହିନ୍ଦୁଙ୍କ ସପକ୍ଷରେ କେବେ ନାହାନ୍ତି ବୋଲି କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+