'ଆମେ ପ୍ରତାପ ଦେବଙ୍କୁ ଭେଟି ସମର୍ଥନ ମାଗିଛୁ; ଅପରାହ୍ନ ୫ଟାରେ ବିଜେଡିର ବୈଠକ ଅଛି'

ବିଜେଡିର ସମର୍ଥନ ଲୋଡ଼ିବା ପରେ ତାରା ବାହିନୀପତିଙ୍କ ପ୍ରତିକ୍ରିୟା। ଆମେ ପ୍ରତାପ ଦେବଙ୍କୁ ଭେଟି ସମର୍ଥନ ମାଗିଛୁ । ଅପରାହ୍ନ ୫ଟାରେ ବିଜେଡିର ବୈଠକ ଅଛି । ଆଲୋଚନା କରି ନିଷ୍ପତ୍ତି ଜଣାଇବେ କହିଛନ୍ତି କହିଲେ ତାରା।

We have met Pratap Deb and sought his support BJD meeting is at 5 pm

ବିଜେଡିକୁ ନେଇ ତାରା କହିଛନ୍ତି, ଆମେ ପ୍ରତାପ ଦେବଙ୍କୁ ଭେଟି ସମର୍ଥନ ମାଗିଛୁ । ଅପରାହ୍ନ ୫ଟାରେ ବିଜେଡିର ବୈଠକ ଅଛି । ଆଲୋଚନା କରି ନିଷ୍ପତ୍ତି ଜଣାଇବେ କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ଆଲୋଚନା କରିନି ବୋଲି ବିଜେଡି କହିଛି । କଂଗ୍ରେସ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ବିଜେଡି ସହ ଆଲୋଚନା କରିନି। କଂଗ୍ରେସ ଆଲୋଚନା କରିନି କହିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ । ଆମେ ଆମ ପ୍ରସଙ୍ଗ ଉଠାଇବୁ କହିଲେ ପ୍ରମିଳା ମଲ୍ଲିକ ।

ତେବେ କଣ ରହିବ ବିଜେଡିର ଆଭିମୂଖ୍ୟ ? କଂଗ୍ରେସ ସମର୍ଥନରେ ବିଜେଡି ବାହାରିବ ନା ନିଜେ ଗୃହରେ ଅନାସ୍ଥା ଆଣିବ ତାକୁ ନେଇ ଚର୍ଚ୍ଚା। ଏନେଇ ଦଳୀୟ ସ୍ତରରେ ଆଲୋଚନା ଆରମ୍ଭ ହୋଇଥିବା ବିଜେଡ଼ି କହିଛି ସମୟ ଆସିଲେ ଦଳ ନିଷ୍ପତ୍ତି ନେବ ।

ଅନ୍ୟପଟେ ନମ୍ବର କହୁଛି ଆନାସ୍ଥା ଆସିଲେ ଭାଜପା ସରକାର ପାଇଁ ବିପଦ ନାହିଁ। କଂଗ୍ରେସ ଅନାସ୍ଥା ଆଣିଲେ ଦଳର କିଛି କ୍ଷତି ହେବାର ନାହଁ। ବିଧାନସଭାର ମୋଟ ୧୪୭ ସିଟରୁ ଗୋଟି ସିଟ ଖାଲି ପଡିଥିବା ବେଳେ ଭାଜପା ବିଧାୟକ ସଂଖ୍ୟା ୭୮ ବିଜେଡିର ୫୦, କଂଗ୍ରେସର ୧୪ ଓ ଅନ୍ୟାନ୍ୟ ବିଧାୟକ ସଂଖ୍ୟା ୪। ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ବିଜେଡି ବିଧାୟକ ସଂଖ୍ୟା ୫୦କୁ ଖସିଆସିଛି ।

କଂଗ୍ରେସକୁ ଜଣେ ସିପିଆଇଏମ ବିଧାୟକ ସମର୍ଥନ ଦେବା ପରେ ଏହାର ସଂଖ୍ୟା ୧୫କୁ ବଢିଛି। ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରସ୍ତାବକୁ ସମର୍ଥନ କରିଛନ୍ତି, ଯାହା ବିରୋଧୀଙ୍କ ମତକୁ ମଜବୁତ କରିପାରେ । ବିଧାନସଭାର ଚଳିତ ମୌସୁମୀ ଅଧିବେଶନ ମଧ୍ୟରେ ଏହି ପଦକ୍ଷେପ ନିଆଯାଇଛି, ଯେଉଁଠାରେ ବିରୋଧୀ ଦଳ ଶାସନଗତ ତ୍ରୁଟିଠାରୁ ଆରମ୍ଭ କରି ପ୍ରଶାସନିକ ବିଫଳତା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗ ଉପରେ ସ୍ୱର ଉଠାଇଛନ୍ତି । କିନ୍ତୁ ବିଜେଡି ଏହାକୁ ସମର୍ଥନ ଦେଲେ ଶାସକ-ବିରୋଧୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ସଂଖ୍ୟାଗରିଷ୍ଠତା ରହିଲେ ବିଜେଡି-କଂଗ୍ରେସ ବିରୋଧୀଙ୍କୁ ଏକାଠି ଦେଖିବାକୁ ମିଳିବ । ସେପଟେ ଅନ୍ୟାନ୍ୟ ବିଧାୟକଙ୍କ ମଧ୍ୟରେ ୩ଜଣ ଭାଜପାକୁ ସମର୍ଥନ ଦେଇପାରନ୍ତି । ଆଜି କଂଗ୍ରେସ ବାଚସ୍ପତିଙ୍କୁ ଅନାସ୍ଥା ପ୍ରସ୍ତାବ ଦେଇଥିବାବେଳେ ଗୃହ ମୁଲତବୀ ରହିଛି । ତେବେ ଆସନ୍ତାକାଲି ଏନେଇ ଆଲୋଚନା ହେବ ।

ସେପଟେ ଭାଜପା କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ କଟାକ୍ଷ କରିଛି । କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ କଟାକ୍ଷ କରି ଭାଜପା ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ଏହା ବିଜେଡି ଏବଂ କଂଗ୍ରେସ ମଧ୍ୟରେ ସିଲଭର ମେଡାଲ ପାଇଁ ଲଢେଇ । ଏହି ଅନାସ୍ଥାର ସରକାରଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+