ବାତ୍ୟା ନେଇ ସୂଚନା ଦେଇ ନଥିବା କହିଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

ବାତ୍ୟା ନେଇ ସୂଚନା ଦେଇ ନଥିବା କହିଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଯେ ବାତ୍ୟା ନେଇ ଆମେ ଏଯାଏ କୌଣସି ସୂଚନା ଦେଇନାହୁଁ । ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ସେ ଆହୁରି କହିଛନ୍ତି ଯେ, ସେପ୍ଟେମ୍ବର ଶେଷ ସପ୍ତାହ ଆଡ଼କୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଅକ୍ଟୋବର ପ୍ରଥମ ସପ୍ତାହରେ ଏହା ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ଲଘୁଚାପର ରୂପ ନେଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିପାରେ । କ୍ରମେ ଲଘୁଚାପଟି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ।

ସେ ଆହୁରି କହିଛନ୍ତି ଯେ, ଏହାର ସ୍ପଷ୍ଟ ଚିତ୍ର ଆଗକୁ ଲଘୁଚାପରେ ପରିଣତ ହେଲେ ଜଣା ପଡ଼ିବ । ଏହି ଘୁର୍ଣ୍ଣିବଳୟ କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବ ବୋଲି ମଡେଲ କହୁଛି । ବର୍ତ୍ତମାନ ପରିସ୍ଥିତିରେ ବାତ୍ୟା ନେଇ ଭାରତୀୟ ପାଣିପଗ ବିଭାଗ କୌଣସି ସତର୍କ ସୂଚନା ଜାରି କରି ନାହିଁ। କୌଣସି ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ଜନସାଧାରଣଙ୍କୁ IMD ଡିଜି କହିଛନ୍ତି।

ବର୍ତ୍ତମାନ ୧୦ ଟି ମଡେଲ ମଧ୍ୟରୁ ଗୋଟିଏ ଦୁଇଟି ମଡେଲ ବାତ୍ୟା ଦର୍ଶାଉଛି । IMD ଏହା ଉପରେ ନଜର ରଖିଛି ।ଏହା ସତ ଯେ ଅକ୍ଟୋବର ମାସ ଏକ ବାତ୍ୟା ପ୍ରବଣ ମାସ । ତେଣୁ ଆମେ ଏହା ଉପରେ ନଜର ରଖିଛୁ । ବର୍ତ୍ତମାନ ଆମେ ବାତ୍ୟା ନେଇ କୌଣସି ସୂଚନା ଦେଇନାହୁଁ ।

ସେପଟେ ୧ ସେପ୍ଟେମ୍ବରରୁ ଆଜି ୨୨ ସେପ୍ଟେମ୍ବର ମଧ୍ୟରେ ରାଜ୍ୟରେ ଏଯାବତ ୨୯୩.୭ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୧୯୨.୭ ମିମି ତୁଳନାରେ ୫୨ ପ୍ରତିଶତ ଅଧିକ ରହିଛି ।
୧ ସେପ୍ଟେମ୍ବରରୁ ୨୦ ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ୨୫୮ ମିମି ବର୍ଷା ରେକର୍ଡ ହୋଇଥିଲା । ଯାହା ସ୍ୱାଭାବିକ ବର୍ଷା ୧୭୬.୭ ମିମି ତୁଳନାରେ ୪୬% ପ୍ରତିଶତ ଅଧିକ ରହିଥିଲା ।

 mrutyunjaymohapatra

ପାଣିପାଗ ଆକଳନ ସଂସ୍ଥା ଏନସେପ, ଜିଏଫଏସ୍, ଏନକାନ ଓ ୟୁରୋପିଆନ ମଡେଲ ଅନୁସାରେ, ସେପ୍ଟେମ୍ବର ଶେଷ ଆଡକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପାଖାପାଖି ୨୮ ସେପ୍ଟେମ୍ବର ଆଡକୁ ଅବପାତର ରୂପ ନେବା ସହ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି ।

୧୯୯୯ ମହାବାତ୍ୟା, ୨୦୨୩ ଫାଇଲିନ ଆଦି ବାତ୍ୟା ଅକ୍ଟୋବାର ମାସରେ ହୋଇଛି । ତେଣୁ ଅକ୍ଟୋବରେ ଆଉ ଏକ ବାତ୍ୟା ଆସିପାରେ ବୋଲି କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+