ବାତ୍ୟା ହେବ ନାହିଁ, କିନ୍ତୁ ଆମେ ପ୍ରସ୍ତୁତ ଅଛୁ: SRC
ବାତ୍ୟା ଆଶଙ୍କା ସମ୍ପର୍କରେ ଏସଆରସି ପ୍ରଦୀପ କୁମାର ଜେନାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହାକୁ ବାତ୍ୟା ବୋଲି କୁହାଯିବ ନାହିଁ। କିନ୍ତୁ ଆମେ ପ୍ରସ୍ତୁତ ଅଛୁ। ବାତ୍ୟା ହେବ ବୋଲି ଆଇଏମଡି କହ
ଭୁବନେଶ୍ବର: ବାତ୍ୟା ଆଶଙ୍କା ସମ୍ପର୍କରେ ଏସଆରସି ପ୍ରଦୀପ କୁମାର ଜେନାଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି । ଏହାକୁ ବାତ୍ୟା ବୋଲି କୁହାଯିବ ନାହିଁ। କିନ୍ତୁ ଆମେ ପ୍ରସ୍ତୁତ ଅଛୁ। ବାତ୍ୟା ହେବ ବୋଲି ଆଇଏମଡି କହିନି ।

ଗଭୀର ଅବପାତର ରୂପ ନେଇ ଆଗାମୀ ୭-୮ ଘଣ୍ଟା ଭିତରେ ଏହା ସ୍ଥଳ ଭାଗ ଛୁଇଁବ। ଏହାର ପ୍ରଭାବରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପବନ ବହିବ। ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି। ମାଛ ଧରାଳିଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ରହିଛି ବୋଲି ଏସଆରସି କହିଛନ୍ତି ।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହା ଆଜି ସନ୍ଧ୍ୟାରେ ଦୀଘା ଉପକୂଳରେ ଫଲ କରିବାର ଆଇଏମଡି ଆକଳନ କରିଛି। ୬୦ ରୁ ୭୦ କିଲୋମିଟର ବେଗରେ ପବନ ବହିବା ସହ ଆସନ୍ତାକାଲି ୧୦ ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଅଞ୍ଚଳରେ ଓଡ୍ରାଫ୍ ଓ ଏନଡିଆରଏଫ ନିୟୋଜିତ କରାଯିବ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଆସନ୍ତାକାଲି ୪ଟି ଜିଲ୍ଲାରେ ବର୍ଷା ହେବ । ଉପର ମହାନଦୀ ଅଞ୍ଚଳରେ ବେଶି ବର୍ଷା ହେବା ଭଳି ଲାଗୁନାହିଁ। ଇବ ଓ ଭେଡେନ ନଦୀ ଅବବାହିକାରେ ବର୍ଷା ସମ୍ଭାବନା ରହିଛି। ବୈତରଣୀ, ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗ ଉପରେ ନଜର ରହିବ। କେନ୍ଦୁଝର ଓ ମୟୁରଭଞ୍ଜର ୩ଟି ଡ୍ୟାମରୁ ଜଳସ୍ତର କମାଯାଉଛି। ଗତକାଲି ଠାରୁ ୩ ହଜାର କ୍ୟୁସେକ ଜଳ ସାଳନ୍ଦୀ ନଦୀରେ ଛଡ଼ାଯାଇଛି । ଭଦ୍ରକ ସହର ଉପରେ ମଧ୍ୟ ନଜର ରହିଛି। ଶିମିଳିପାଳ, ଝାଡ଼ଖଣ୍ଡରେ ବର୍ଷା ଉପରେ ବନ୍ୟା ନିର୍ଭର କରୁଛି। ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି।
ସୂଚନାଥାଉ କି, ବାତ୍ୟା ହେବ ନାହିଁ । ଏହା ଗଭୀର ଅବପାତ ଭାବେ ଉପକୂଳ ଅତିକ୍ରମ କରିବ। ପ୍ରବାହରେ ଆଜି ଉତ୍ତର ଓଡ଼ିଶାରେ ସର୍ବାଧିକ ବର୍ଷା ହେବ ବୋଲି କହିଥିଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି ଯେ, ଏହି ଅବପାତ ଆଗାମୀ ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହୋଇ ଆଜି ସନ୍ଧ୍ୟା ସୁଦ୍ଧା ବାଲେଶ୍ୱର ଓ ସାଗର ଦ୍ୱୀପ ଦେଇ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳ ଅତିକ୍ରମ କରିବ । ତେଣୁ ଓଡିଶାରେ ଏବେ କୌଣସି ବାତ୍ୟାରେ ଆଶାଙ୍କା ନାହିଁ । ଏହି ଅବପାତ ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ହେବ ।












Click it and Unblock the Notifications