ଧନକ୍ଷୟରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ
Lifestyle News:ଧନକ୍ଷୟରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ
ଭୁବନେଶ୍ୱର: ପ୍ରତ୍ୟକ ବ୍ୟକ୍ତି ଧନ ସଞ୍ଚୟ କରିବା ପାଇଁ ଚାହାନ୍ତି । ଦୁଇପଇସା ରୋଜଗାର କରିବା ପାଇଁ ପ୍ରତ୍ୟକ ଦିନ କଠିନ ପରିଶ୍ରମ ମଧ୍ୟ କରିବା ପାଇଁ ପଡିଥାଏ । ହେଲେ ଆୟ ବଢାଇବା ଯେତିକି କଷ୍ଟ ତାଠୁ ଅଧିକ କଷ୍ଟ ସଞ୍ଚୟ କରିବା । ତେବେ ପାଖରେ ଧନ ଥିଲେ ହିଁ ଘରେ ସୁଖ ଓ ସମୃଦ୍ଧି ମଧ୍ୟ ବଜାୟ ରହେ । ଛୋଟ ଛୋଟ ଭୁଲ ପାଇଁ ଧନକ୍ଷୟ ହୋଇଥାଏ । ତେବେ ବାସ୍ତୁ ଅନୁଯାୟୀ କିଛି ନିୟମ ପାଳନ କରନ୍ତୁ ଧନ ସଞ୍ଚୟ କରନ୍ତୁ ।

୧- ରାତିରେ ଦହି ଖାଇବା ଅନୁଚିତ୍ । ରାତିରେ ଦହି ଖାଇବା ଦ୍ୱାରା ଧନକ୍ଷୟ ହୋଇଥାଏ ।
୨-ରବିବାର ଅଶ୍ୱସ୍ଥ ବୃକ୍ଷ ମୂଳରେ ଅଟାରେ ତିଆରି ଚୌମୁଖି ଦୀପ ଲଗାଇଲେ ଧନର ଆଗମନ ହୋଇଥାଏ ।
୩- ରବିବାର ଦିନ ମାଛଙ୍କୁ ଅଟା ଲଡୁ ଖାଇବା ପାଇଁ ଦେଲେ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇପାରିବେ ।

୫- ରବିବାରକୁ ସୂର୍ଯ୍ୟ ଭଗବାନଙ୍କ ଦିନ ବୋଲି ମଧ୍ୟ କୁହାଯାଏ । ଏହିଦିନ ଆମିଷ ଖାଦ୍ୟ ଖାଇବା ଅନୁଚିତ୍ । ଏହା ସହ ସୂର୍ଯ୍ୟଙ୍କ ପୂଜାର୍ଚ୍ଚନା କଲେ ବାଧା ବିଘ୍ନ ଦୂର ହୋଇଥାଏ । ଚାକିରୀ ଏବଂ ବ୍ୟବସାୟରେ ମଧ୍ୟ ଭଲ ଲାଭ ମିଳିଥାଏ ।

୬- କୌଣସି ମନ୍ଦିରକୁ ଦାନ କରିବା ସମୟରେ ବା ପରେ ସେହି ପଇସାର ହିସାବ ରଖନ୍ତୁ ନାହିଁ । କିଛି ସମୟ ବ୍ୟବଧାନରେ ମନ୍ଦିରକୁ ଦାନ କରିବା ଦ୍ୱାରା ଘରେ କେବେ ପଇସାର କମି ହୋଇନଥାଏ । ବରଂ ଧନ ଦାନ କରୁଥିବା ବ୍ୟକ୍ତିର ଆହୁରି ଧନ ବୃଦ୍ଧି ପାଇଥାଏ ।
୭- ଯେଉଁ ବ୍ୟକ୍ତି ରୋଗୀର ସହାୟତା କରିଥାଏ ସେ କେବେ ବି ଦରିଦ୍ର ହୋଇ ନଥାଏ । ଦାନ କରିଥିବା ବ୍ୟକ୍ତି ପାଖରେ ଧନ ବଢିବା ସହ ମନ ପ୍ରସନ୍ନ ରହିଥାଏ ।












Click it and Unblock the Notifications