ଭୁବନେଶ୍ୱରର ଏହିସବୁ ସ୍ଥାନରେ ୨୪ ଘଣ୍ଟା ପାଇଁ ବନ୍ଦ ରହିବ ଜଳ ଯୋଗାଣ
ମୁଣ୍ଡଳିଠାରେ ପାଇପ ଲାଇନରେ ଏକ ଜରୁରକାଳୀନ ମରାମତି ହେତୁ ୧୮ ତାରିଖ ଅପରାହ୍ନ ୨ଟା ଠାରୁ ୧୯ତାରିଖ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୁବନେଶ୍ୱର ସହରର ନିମ୍ନଲିଖିତ ଅଞ୍ଚଳରେ ଜଳ ଯୋଗାଣ ବନ୍ଦ ରହିବ ବୋଲି ଜଣା ପଡ଼ିଛି । ଘାଟିକିଆ, ପୋଖରୀପୁଟ, ହାଇ ଲେଭେଲ ଟ୍ୟାଙ୍କ, ନୟାପଲ୍ଲୀ ଅଞ୍ଚଳ ଓ ଚନ୍ଦ୍ରଶେଖରପୁରରେ ପାଣି ଯୋଗାଣ ବନ୍ଦ ରହିବ। ମୁଖ୍ୟ ଜଳ ଯୋଗାଣ ପାଇପ ମରାମତି ଯୋଗୁ ମୁଣ୍ଡଳିରୁ ଜଳ ଯୋଗାଣ ବନ୍ଦ ରହିବ ବୋଲି ସୂଚନା ମିଳିଛି।
କଳିଙ୍ଗନଗର, ପାତ୍ରପଡା, ଭରତପୁର, ଶାମପୁର, ଘାଟିକିଆ, ଖଣ୍ଡଗିରି ବାରି, ଖଣ୍ଡଗିରି ବିହାର, କୋଳଥିଆ, ଆଇଗିଣିଆ, ବରମୁଣ୍ଡା, ଜଗନ୍ନାଥ ବିହାର, ରେଣ୍ଟାଲ କଲୋନୀ, ସିଆରପିଏଫ୍ ଅଞ୍ଚଳ, ଏକାମ୍ର ଭିଲ୍ଲା, ବରମୁଣ୍ଡା ବସ୍ଷ୍ଟାଣ୍ଡ ଅଞ୍ଚଳ, ତପୋବନ, ଏମ୍ସନଗର, ଏମ୍ସ ହସ୍ପିଟାଲ, ଯଦୁପୁର, ଡୁମଡୁମା ଗାଁ, ଡୁମଡୁମା ହାଇସିଂ ବୋର୍ଡ କଲୋନୀ, ଜାଗମରା, ଜଗମୋହନ ନଗର, ଧର୍ମ ବିହାର, ଗଣ୍ଡମୁଣ୍ଡା, ଭକ୍ତ ମଧୁ ନଗର, ଅନନ୍ତ ବିହାର, ଲିଙ୍ଗରାଜ ବିହାର, କାରର୍ଗିଲ ବସ୍ତି, କପିଳ ପ୍ରସାଦ ଗାଁ, କପିଳ ପ୍ରସାଦ ବିଡିଏ କଲୋନୀ, ସୁନ୍ଦରପଦା, ବରମୁଣ୍ଡା ଗାଁ, କ୍ରିଷ୍ଣା ଗାର୍ଡେନ, ମଲ୍ଲିକ କମ୍ପେ୍ଲକ୍ସ, ସିଦ୍ଧି ବିହାର, ସୌଭାଗ୍ୟ ନଗର, ଶତାଦ୍ଦୀ ନଗର।

ସେହପରି ଏରୋଡ୍ରମ ଏରିଆ, ଭିମ୍ପୁର, ପଳାସପଲ୍ଲୀ, ଫରେଷ୍ଟପାର୍କ, ଶିରିପୁର, ଗଙ୍ଗନଗର, ୟୁନିଟ-୧ଠାରୁ ୮(ଆଂଶିକ)। ଆଇଆରସି ଭିଲେଜ, ଏନ-୧ରୁ ଏନ ୬ ପର୍ଯ୍ୟନ୍ତ, ନୟାପଲ୍ଲୀ ଗାଁ, କାବେରୀ ବସ୍ତି, ଗଡସାହି ବସ୍ତି, ନୀଳଗଣ୍ଠ ନଗର, ବାଲିପଦା ସାହି, ଆନନ୍ଦ ବିହାର, ସୀତାପୁର ବସ୍ତି, ଶାସ୍ତ୍ରୀ ନଗର, ନୀଳାଦ୍ରିବିହାର, ସାଲିଆ ସାହି ଓ ମୈତ୍ରି ବିହାରରେ ପାଣି ଯୋଗାଣ ବନ୍ଦ ରହିବ।












Click it and Unblock the Notifications