ମାଛକୁଣ୍ଡ ପାୱାର ହାଉସରେ ପଶିଲା ପାଣି : ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ
ମାଛକୁଣ୍ଡ ପାୱାର ହାଉସରେ ପଶିଲା ବନ୍ୟା ଜଳ: ବିଦ୍ୟୁତ ଉତ୍ପାଦନ ବନ୍ଦ ମାଛକୁଣ୍ଡ ପାୱାର ହାଉସରୁ ଦୈନିକ ୮୦ ମେଗାୱଟ ବିଦ୍ୟୁତ ଉତ୍ପାଦନ ହୁଏ। ଏହା ଆଜି ବନ୍ଦ ହେବା ପରେ ବିଦ୍ୟୁତ୍ ସେବା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।

କୋରାପୁଟ ଜିଲ୍ଲା ଲମତାପୁଟରେ ଥିବା ମାଛକୁଣ୍ଡ ପାୱାର ହାଉସରେ ପଶିଯାଇଛି ବନ୍ୟା ଜଳ। ଫଳରେ ପ୍ରକଳ୍ପରେ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଛି। ବିଦ୍ୟୁତ ଉତ୍ପାଦନ ବନ୍ଦ ନେଇ ବିଦ୍ୟୁତ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।ମାଛକୁଣ୍ଡ ପାୱାର ହାଉସରୁ ଦୈନିକ ୮୦ ମେଗାୱଟ ବିଦ୍ୟୁତ ଉତ୍ପାଦନ ହୁଏ। ଏହା ଆଜି ବନ୍ଦ ହେବା ପରେ ବିଦ୍ୟୁତ୍ ସେବା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।
ମାଛକୁଣ୍ଡ ପାୱାର ହାଉସରେ ୨ନମ୍ବର ୟୁନିଟ୍ ଭିତରେ ବନ୍ୟା ଜଳ ପ୍ରବେଶ କରିଛି। ବନ୍ୟା ଜଳ ବାହାର କରିବାକୁ କର୍ମଚାରୀମାନେ ଉଦ୍ୟମ ଚଳାଇଛନ୍ତି। ପାଇପ୍ ଲଗାଇ ପାଣି ବାହାର କରିବାକୁ ଚେଷ୍ଟା କରାଯାଉଛି।
ଲଗାଣ ବର୍ଷା ଯୋଗୁଁ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପର ମୁଖ୍ୟ ଜଳଭଣ୍ଡାରରେ ବିପଦ ସଂକେତ ଉପରେ ବନ୍ୟା ଜଳ ରହିଛି। ଜଳଭଣ୍ଡାର ଭିତରେ ବନ୍ୟା ଜଳ ପ୍ରବେଶ କରୁଥିବାରୁ ୫ଟି ଗେଟ୍ ଖୋଲି ଦିଆଯାଇଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୨୩ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି। ସେହିପରି ମାଛକୁଣ୍ଡ ଡ଼ି ଡ୍ୟାମରୁ ୪ଟି ଗେଟରେ ୨୦ ହଜାର କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ନିଷ୍କାସନ କରାଯାଇ ମାଛକୁଣ୍ଡ ନଦୀରେ ଛଡା ଯାଉଛି।












Click it and Unblock the Notifications