ବନ୍ଦ ହେଲା ଆଉ ୪ଟି ଗେଟ୍ : ୧୦ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ
ଉପରମୁଣ୍ଡରେ ବର୍ଷା କମିବା ହେତୁ ପାଣି ପ୍ରବାହ କମ ହେଉଛି । ତେଣୁ ହୀରାକୁଦ ଡ୍ୟାମରେ ଗୋଟିଏ ପରେ ଗୋଟିଏ ଗେଟ୍ ବନ୍ଦ ହେବାରେ ଲାଗିଛି । ଆଉ ୪ଟି ଗେଟ୍ ବନ୍ଦ ହୋଇଛି । ଏବେ ୧୦ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ । ଆଗକୁ ଏହା ଆହୁରୀ କମିପାରେ । ଏତେ ବର୍ଷା ନଥିବାରୁ ଜଳ ନିଷ୍କାସନ ହେଉନି ।
ସେପଟେ ମହାନଦୀର ଜଳସ୍ତର ସାମାନ୍ୟ ହ୍ରାସ ହୋଇଥିବା ବେଳେ ବାଙ୍କୀର ତଳିଆ ଅଞ୍ଚଳରେ ଏବେ ଜଳମଗ୍ନ । ଗତକାଲି ମହାନଦୀର ବନ୍ୟାଜଳ ରଣନଇ ଦେଈ ଆସିବା ଫଳରେ ଏବେ ବିଲିପଡ଼ା -ଶିମିଳିପୁର କଇଁଆ ନାଳ ଓ ବିଲିପଡ଼ା-ତାଳବସ୍ତ ରାସ୍ତା ଉପରେ ଦୁଇଫୁଟର ବନ୍ୟାଜଳ ପ୍ରବାହିତ ହୋଇଛି ।
ଲୋକେ ବାଙ୍କୀ ବଜାରରୁ ଅତ୍ୟାବଶକ ସାମଗ୍ରୀ କିଣିବାକୁ ବିପଦ ସଂକୁଳ ଅବସ୍ଥାରେ ବନ୍ୟାଜଳର ସ୍ରୋତ ପାଣିରେ ପଶି ଯାଉଛନ୍ତି । ସେପଟେ ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ମାଡ଼ିଯିବ ଫଳରେ ଚାଷୀର ଫସଲ ଏବେ ସମ୍ପୂର୍ଣ ନଷ୍ଟ ହୋଇଯାଇଛି ।

ଆଜି ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ସୋନପୁର, କନ୍ଧମାଳ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାର କେତକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତା ୨୧ ତାରିଖ ଯାଏଁ ବର୍ଷା ଲାଗି ରହିବ ବୋଲି ଆକଳନ କରାଯାଇଛି ।
ଆଉ କିଛି ଦିନର ବର୍ଷା ପରେ ୨୮ ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ଓ ଅବଶିଷ୍ଟ ୨ ଜିଲ୍ଲା ଯଥା ମୟୂରଭଞ୍ଜ ଓ ବାଲେଶ୍ବରରେ ସ୍ବାଭାବିକ ଠାରୁ ଟିକେ ଅଧିକ ବର୍ଷା ରେକର୍ଡ ହୋଇଛି । ଫଳରେ ରାଜ୍ୟରେ ୬% ନିଅଣ୍ଟ ବର୍ଷା ସ୍ଥିତି ଭରଣା ହୋଇପାରିଛି ।
ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଚି ହେବା ନେଇ ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି ।












Click it and Unblock the Notifications