ଆଜି ଠାରୁ ବଢ଼ିବ ନଦୀ ଗୁଡ଼ିକର ଜଳସ୍ତର; ୧୫ ଜିଲ୍ଲାର ୪୩ ବ୍ଲକ୍‌ରେ ୫୦ ମିଲିମିଟର ଠାରୁ ଅଧିକ ବର୍ଷା

ବର୍ଷା ପାଇଁ ଆଲର୍ଟ; ଆଜି ଠାରୁ ବଢ଼ିବ ନଦୀ ଗୁଡ଼ିକର ଜଳସ୍ତର। ସତର୍କ କଲେ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ତଳିଆ ଅଞ୍ଚଳରେ ଅଧିକ ପାଣି ଜମିବା ନେଇ ସତର୍କତା ।

୧୫ ଜିଲ୍ଲାର ୪୩ ବ୍ଲକ୍‌ରେ ୫୦ ମିଲିମିଟର ଠାରୁ ଅଧିକ ବର୍ଷା ହୋଇଛି । ହୀରାକୁଦର ୧୨ଟି ଗେଟ୍‌ ଖୋଲା ଯାଇଛି, ସ୍ଥିତି ଦେଖି ଅଧିକ ଗେଟ୍‌ ଖୋଲାଯିବ । ବର୍ତ୍ତମାନ ସମସ୍ତ ନଦୀର ଜଳସ୍ତର ବିପଦ ସଂକେତ ତଳେ ବୋଲି କହିଲେ ସର୍ବୋଚ୍ଚ ଯନ୍ତ୍ରୀ ।

43 blocks of 15 districts receive more than 50 mm rain

ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଅଞ୍ଚଳରେ ଏକ ଅବପାତ ସୃଷ୍ଟି ହୋଇଛି, ଯାହାକୁ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ଗୁରୁତ୍ୱପୂର୍ଣ୍ଣ ସତର୍କ ସୂଚନା ଜାରି କରିଛି । ଏହି ଅବପାତ ପ୍ରଭାବରେ ଓଡ଼ିଶାରେ ୨୮ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଅବପାତ ଆଗାମୀ ୨୪ ଘଣ୍ଟା ଭିତରେ ପ୍ରବଳ ହୋଇ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଦିଗ ଆଗ୍ରହୀ ହେବାର ସମ୍ଭାବନା ରହିଛି । ଏହା ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭାରୀ ଥରୁ ଅତି ଭାରୀ ବର୍ଷା ହୋଇପାରେ। ସେହିପରି, ସମୁଦ୍ର ଅଶାନ୍ତ ରହିବାରୁ ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ କୁହାଯାଇଛି ।

ସୂଚନା ଅନୁଯାୟୀ ଏହି ଅବପାତ ଟ୍ରପିକାଲ୍ ସାଇକ୍ଲୋନ ଉଇଫା (WIPHA)ର ଅବଶିଷ୍ଟାଂଶରୁ ସୃଷ୍ଟି ହୋଇଥିବା ଏକ ଘୁର୍ଣ୍ଣିଝଡ଼ରୁ ପ୍ରଭାବରୁ ଉତ୍ପନ୍ନ ହୋଇଛି, ଯାହା ଉତ୍ତର ବଙ୍ଗୋପସାଗରରେ ପ୍ରବଲ ହୋଇ ଉଠିବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଓ ଉତ୍ତର ଅଞ୍ଚଳ ସମେତ ପଶ୍ଚିମବଙ୍ଗର କେତେକ ଜିଲାରେ ଭାରୀ ବର୍ଷା ଓ ପବନର ଆଶଙ୍କା କରାଯାଇଛି।

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକର ଏକ ନାଳ ଉପରେ ଥିବା ପୋଲ ଭାଙ୍ଗିଯାଇଛି। ଫଳରେ ଆଖପାଖର ୧୦ରୁ ଊର୍ଦ୍ଧ୍ୱ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ସୂଚନା ଅନୁଯାୟୀ କୋମନା ବ୍ଲକର ସୁନାବେଡାରୁ ଗାତବେଡାକୁ ସଂଯୋଗ କରୁଥିବା ରାସ୍ତାରେ କପ୍ତାପିପଲ (ତେତେଲଖୁଣ୍ଟି) ନାଳ ବହିଯାଇଛି। ବୁଧବାର ରାତିରେ ଲଗାଣ ବର୍ଷା ଯୋଗୁ ପାହାଡରୁ ପାଣି ଖସି ନାଳ ଉଛୁଳି ଉଠିଥିଲା। ଏପରି କି ନାଳ ଉପରେ ଥିବା ପୋଲରେ ୩ଫୁଟ୍‌ ଉଚ୍ଚର ପାଣି ପ୍ରବାହିତ ହୋଇଥିଲା। ଜଳ ସ୍ରୋତରେ ଉଭୟ ପାର୍ଶ୍ୱ ଧୋଇଯାଇ ବହୁ ପୁରାତନ ପୋଲ ଭାଙ୍ଗିଯାଇଥିଲା। ଫଳରେ ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ଗାତିବେଡା, ଢେକୁନପାଢଣି, ସାଲେପଡା, କୋନ୍ଦାଧୁଆ, କୋଟରାବେଡା, ଦେଓସିଲ, ଗୁରୁପାଣି, ଛିନମୁଣ୍ଡି, ଦୋହେଲପଡା ଆଦି ଗାଁଗୁଡିକ ବିଚ୍ଛିନ୍ନ ହୋଇଯାଇଛି। ଏଥିଯୋଗୁ ନାଳ ପାରି ହୋଇ ନ ପାରି ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ସ୍କୁଲ, କଲେଜ ଯାଇ ନ ପାରିବାରୁ ଛାତ୍ରୀଛାତ୍ରଙ୍କ ପାଠପଢା ବନ୍ଦ ହୋଇଯାଇଛି।

ସେହିପରି ଚେରେଚୁଆଁ-ଜାମଗାଁ ଘାଟିରେ ବଡ ବଡ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ପଡି ଯାଇଥିବାରୁ ସୁନାବେଡାକୁ ଯାତାୟାତ ଠପ ହୋଇଯାଇଛି। ଅତ୍ୟଧିକ ବର୍ଷା ଯୋଗୁ ଗୋଡା ପାହାଡରୁ ବଡ ବଡ ପଥର ଖଣ୍ଡ ଖସି ଆସିଥିବା ବେଳେ ପାଣିରେ ଧୋଇ ହୋଇ ରାସ୍ତା ଖାଲଖମା ହୋଇଯାଇଛି। ଫଳରେ ବସ୍‌ ଓ ଅନ୍ୟ ଗାଡିମୋଟର ଯିବା ସମ୍ଭବ ହେଉନାହିଁ। ଏଥିଯୋଗୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ପୋଲ ମରାମତି ସହ ରାସ୍ତାରେ ପଡିଥିବା ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ହଟାଇବାକୁ ସୁନାବେଡା ଅଞ୍ଚଳବାସୀ ଦାବି କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+