ହୀରାକୁଦ ଡ୍ୟାମରେ ବଢୁଛି ଜଳସ୍ତର: ମୋଟ ୨୦ଟି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
ଛତିଶଗଡ଼ ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ହୀରାକୁଦ ଡ୍ୟାମର ଜଳସ୍ତର । ତେବେ ଜଳସ୍ତରର ବୃଦ୍ଧି ହେତୁ ପୁଣି ଆଜି ଆଉ ୬ଟି ଗେଟ୍ ଖାଲାଯାଇଛି । ମୋଟ ୨୦ଟି ଗେଟ୍ ଦେଇ ଏବେ ବନ୍ୟାଜଳ ନିଷ୍କାସିତ ହେଉଛି ।
ସମ୍ବଲପୁର: ଛତିଶଗଡ଼ ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ହୀରାକୁଦ ଡ୍ୟାମର ଜଳସ୍ତର । ତେବେ ଜଳସ୍ତରର ବୃଦ୍ଧି ହେତୁ ପୁଣି ଆଜି ଆଉ ୬ଟି ଗେଟ୍ ଖାଲାଯାଇଛି । ମୋଟ ୨୦ଟି ଗେଟ୍ ଦେଇ ଏବେ ବନ୍ୟାଜଳ ନିଷ୍କାସିତ ହେଉଛି ।

ବାମପଟୁ ୧୩ ଓ ଡାହାଣ ପାର୍ଶ୍ୱରୁ ୭ ଟି ଗେଟ୍ ଦେଇ ଜଳ ନିସ୍କାସିତ ହେଉଛି । ବର୍ତ୍ତମାନ ୬୧୫. ୬୦ ଫୁଟରେ ଜଳସ୍ତର ପହଞ୍ଚିଥିବାବେଳେ ୬୩୦ ଫୁଟ ସର୍ବାଧିକ ଜଳଧାରଣ କ୍ଷମତା ରହିଛି । ଡ୍ୟାମର ଜଳ ପତ୍ତନ କ୍ରମାଗତ ବୃଦ୍ଧି ପାଉଥିବାରୁ ଆଗକୁ ଆହୁରି ଅଧିକ ସଂଖ୍ୟକ ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି ବୋଲି ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ମୁଖ୍ୟଯନ୍ତ୍ରୀ ଆନନ୍ଦ ସାହୁ କହିଛନ୍ତି।
ଗତକାଲି ହୀରାକୁଦ ଜଳଭଣ୍ଡାରରେ ୨ଟି ପର୍ଯ୍ୟାୟରେ ୧୦ଟି ଗେଟ୍ ଖୋଲା ଯାଇଥିଲା। ପ୍ରଥମେ ଦିନ ୧୧ଟାରେ ୫ଟି ଏବଂ ଅପରାହ୍ଣ ୩ଟାରେ ଆଉ ୫ଟି ଗେଟ୍ ଖୋଲା ଯାଇଥିଲା ।












Click it and Unblock the Notifications