ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର; ଡ୍ୟାମ ଭିତରକୁ ୧ ଲକ୍ଷ ୧୬ ହଜାର ୯୮୨ କ୍ୟୁସେକ ଜଳ କରୁଛି ପ୍ରବେଶ

ସମ୍ବଲପୁର: ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ବନ୍ୟାଜଳ ପ୍ରବେଶର ମାତ୍ରା ବଢ଼ିବାରେ ଲାଗିଛି । ସକାଳ ୬ଟା ସୁଦ୍ଧା ଡ୍ୟାମ ଭିତରକୁ ୧ ଲକ୍ଷ ୧୬ ହଜାର ୯୮୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୧୬ ହଜାର ୯୮୨ କ୍ୟୁସେକ ଜଳ ମଧ୍ୟ ନିଷ୍କାସନ ହେଉଛି।

ଡ୍ୟାମର ଜଳସ୍ତର ୬୧୪.୪୭ ଫୁଟରେ ପହଞ୍ଚିଛି । ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ପରେ ତଳିଆ ଅଞ୍ଚଳର ଲୋକଙ୍କ ସତର୍କ କରାଯାଇଛି । ୫ଟି ସ୍ଲୁଇସ୍ ଗେଟ୍ ଓ ବିଭିନ୍ନ କେନାଲ ଦେଇ ସମାନ ପରିମାଣର ବନ୍ୟା ଜଳ ନିଷ୍କାସିତ ହେଉଛି ।

hirakud

ପୂଜାର୍ଚ୍ଚନା ପରେ ଗତକାଲି ୫ଟି ଗେଟ୍ ଖୋଲାଯାଇଛି । ବାମ ପଟର ୩ ଟି ଏବଂ ଦକ୍ଷିଣ ପଟର ୨ଟି ଗେଟ୍ ଖୋଲାଯାଇଛି । ଏନେଇ ତଳିଆ ଅଞ୍ଚଳକୁ ସତର୍କ କରାଇଛନ୍ତି ହୀରାକୁଦ କର୍ତ୍ତୃପକ୍ଷ । ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସତର୍କ କରାଯାଉଛି ।

ମୌସୁମୀ ପ୍ରଭାବରେ ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହା ବାଦ୍ ଉପରମୁଣ୍ଡରେ ବର୍ଷା ଯୋଗୁଁ ଛତିଶଗଡ଼ ଏହାର ଦୁଇଟି ଡ୍ୟାମର ଗେଟ୍ ଖୋଲିଦେଇଛି । ଫଳରେ ହୀରାକୁଦରେ ଜଳସ୍ତର ବଢିବାରେ ଲାଗିଛି ।

ରାଜ୍ୟର ୧୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଏନେଇ ସତର୍କ ସୂଚନା ଦିଆଯାଇଛି । ଏହି ସମୟ ମଧ୍ୟରେ କୌଣସି ମସ୍ୟଜୀବୀ କିମ୍ବା କୌଣସି ବ୍ୟକ୍ତି ନଦୀ ମଧ୍ୟକୁ ପ୍ରବେଶ ନ କରିବେ ସେ ନେଇ ସତର୍କ ସୂଚନା ଜାରି ହୋଇଛି ।

ହୀରାକୁଦ ବନ୍ୟା ଜଳ ଛଡ଼ାଯିବା ପୂର୍ବରୁ ଡ୍ୟାମ୍ କର୍ତ୍ତୃପକ୍ଷ ସମ୍ବଲପୁର, ହୀରାକୁଦ ଓ ବୁର୍ଲାରେ ସତର୍କ କରିଥିଲେ । ଆଗକୁ ବର୍ଷା ସମ୍ଭାବନା ଯୋଗୁଁ ଜଳ ସମ୍ପଦ ବିଭାଗର ଗ୍ରାଉଣ୍ଡରେ ଥିବା ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+