ଫୁଲିଲାଣି ହୀରାକୁଦ ! ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢ଼ୁଛି ହୀରାକୁଦର ଜଳସ୍ତର
ସମ୍ବଲପୁର: ମୌସୁମୀର ଆଗମନ ସହ ରାଜ୍ୟରେ ଜାରି ରହିଛି ବର୍ଷା । ତେବେ ଏହି ମୌସୁମୀ ଜନିତ ବର୍ଷା ଯୋଗୁଁ ଫୁଲିଲାଣି ହୀରାକୁଦ । ଧିରେ ଧିରେ ବଢ଼ୁଛି ହୀରାକୁଦ ଜଳସ୍ତର ।
ଗତକାଲି ଅର୍ଥାତ ରବିବାର ୬୦୦.୪୫ ଫୁଟ ଥିବାବେଳେ ତାହା ଆଜି ବୃଦ୍ଧି ପାଇ ୬୦୧.୩୯ ଫୁଟରେ ପହଂଚିଛି । ପାଖାପାଖି ଜଳଭଣ୍ଡାରର ଜଳସ୍ତର ଗୋଟିଏ ଫୁଟ ବୃଦ୍ଧି ପାଇଛି ।

ତେବେ ଇନଫ୍ଲୋ ମାତ୍ର ୪୩୩୨ କ୍ୟୁସେକ ଥିବା ବେଳେ ଆଜି ଇନଫ୍ଲୋ ବୃଦ୍ଧି ପାଇଁ ୪୪ ହଜାର ୨୪୫ କ୍ୟୁସେକରେ ପହଞ୍ଚିଛି । ଖାସ କରି କଲମାର କିଛି ଗେଟ୍ ଓ କେଲୋର କିଛି ଗେଟ ଯାଇଥିବାରୁ କ୍ରମାଗତ ଭାବେ ବଢ଼ୁଛି ଡ୍ୟାମର ପାଣି । ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଦେଇଥିବା ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ହୀରାକୁଦରେ ୧୨୭ ମିଲିମିଟର ବର୍ଷା ରେକର୍ଡ ହୋଇଛି ।












Click it and Unblock the Notifications