ମେଘନାଦ ପାଚେରିରୁ ଗଳୁଛି ପାଣି!
ମେଘନାଦ ପାଚେରିରୁ ଗଳୁଛି ପାଣି । ଶ୍ରୀମନ୍ଦିର ସ୍ନାନ ମଣ୍ଡପ ସମ୍ମୁଖ ମେଘନାଦ ପାଚେରିରୁ ଗଳୁଛି ପାଣି । ପାଣି ଗଳିବା ଯୋଗୁଁ ମେଘନାଦ ପାଚେରିରେ ଶିଉଳି ଲାଗିବା ସହ ଅନବରତ ପାଣି ଧାର ବୋହୁଛି । ଗତ ବର୍ଷ ମେଘନାଦ ପାଚେରି ମରାମତି ହୋଇଥିଲା । ମରାମତି ପରେ ବି ସମାନ ଭାବେ ପାଣି ଗଳୁଛି । ତେବେ ଶ୍ରୀମନ୍ଦିର ପ୍ରଶାସନର ଏହି ଅବହେଳାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରାମଦୟା ପରିଷଦର ଠିକ୍ ପଛ ପାର୍ଶ୍ବରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଦୀର୍ଘଦିନ ହେଲା ଆନନ୍ଦ ବଜାର ଡ୍ରେନ୍ ଜଳ ଏତେ ମୋଟେଇ ପାଚେରି ଦେଇ ଝରୁଥିବାରୁ ସମ୍ଭବତଃ ଏହା ଯୋଡ଼େଇକୁ ପ୍ରଭାବିତ କରୁଥିବା ଜଳଜଳ ବାରି ହୋଇପଡ଼ୁଛି। ଯୋଡ଼େଇ ଦୁର୍ବଳ ହେଉଥିବାରୁ ଏହା ପାଚେରିକୁ ଦୁର୍ବଳ କରୁଥିବା ନିଃସନ୍ଦେହ।

୨୦୨୧ ମସିହାରୁ ଏହି ସମସ୍ୟା ଉପୁଜିଛି। ପରିକ୍ରମା ପ୍ରକଳ୍ପ ନିର୍ମାଣ ବେଳେ ଆଉ ଗୋଟେ ବାହ୍ୟ ପାଚେରି ନିର୍ମିତ ହୋଇଥିଲେ ସୁଦ୍ଧା ମେଘନାଦ ପାଚେରି ମରାମତି କରାଗଲା ନାହିଁ। ଅନ୍ୟପକ୍ଷରେ ଶ୍ରୀମନ୍ଦିର ଭିତର ଓ ବାହାର ବେଢ଼ାକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରିର ରକ୍ଷଣାବେକ୍ଷଣ ଦାୟିତ୍ବ ଭାରତୀୟ ପ୍ରତ୍ନତତ୍ତ୍ବ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଉପରେ ନ୍ୟସ୍ତ। ମେଘନାଦ ପାଚେରିର ଏତାଦୃଶ ସ୍ଥିତିକୁ ନେଇ ଗଣମାଧ୍ୟମ ଦୃଷ୍ଟି ଆକର୍ଷଣ କରିବା ପରେ ଏଏସ୍ଆଇର ବୈଷୟିକ ଟିମ୍ ସର୍ଭେ କରିଥିଲା। ବିପଦ ଥିବା ଅନୁଭବ କରି ତୁରନ୍ତ ଏହାର ମରାମତି ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେଣୁ ତ୍ବରିତ ଶିଉଳି ଛଡ଼ାଯାଇ ଗ୍ରାଉଟିଂ କରାଗଲା। ଶ୍ରୀମନ୍ଦିର ପ୍ରଶାସନ ଆନନ୍ଦବଜାର ଡ୍ରେନ୍ରୁ ଯେଉଁ ଫାଟ ଓ ଗର୍ତ୍ତ ଦେଇ ପାଣି ମେଘନାଦ ପାଚେରି ଭେଦୁଥିଲା, ତାକୁ ଅସ୍ଥାୟୀ ଭାବେ ବନ୍ଦ କରିଥିଲା। ଆନନ୍ଦବଜାର ହାତଧୁଆ ସ୍ଥଳରୁ ମେଘନାଦ ପାଚେରିରେ ଏକ ଅସ୍ଥାୟୀ ପ୍ଲାଷ୍ଟିକ୍ ପାଇପ୍ ଲଗାଇ ଏହି ପାଣିକୁ ଶ୍ରୀମନ୍ଦିର ବାହାର ଡ୍ରେନ୍କୁ ଛଡ଼ାଯାଉଛି।












Click it and Unblock the Notifications