Get Updates
Get notified of breaking news, exclusive insights, and must-see stories!

ଘରେ ରହି ଦେଖନ୍ତୁ ରଥଯାତ୍ରା: ପୋଲିସ ଡିଜି ଅଭୟ

ଘରେ ରହି ଟିଭିରେ ରଥଯାତ୍ରା ଦେଖିବାକୁ ପରାମର୍ଶ ଦେଲେ । ପୁରୀବାସୀ ପୂର୍ବଥର ପରି ସହଯୋଗ କରନ୍ତୁ ।

ପୁରୀ: ପୋଲିସ ଡିଜିଙ୍କ ସୁରକ୍ଷା ସମୀକ୍ଷା । ପୁରୀଗସ୍ତରେ ଯାଇ ରଥଯାତ୍ରା ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ସମୀକ୍ଷା ପରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ କାମ କରୁଥିବା କହିଛନ୍ତି ପୋଲିସ ଡିଜି । ଘରେ ରହି ଟିଭିରେ ରଥଯାତ୍ରା ଦେଖିବାକୁ ପରାମର୍ଶ ଦେଲେ । ପୁରୀବାସୀ ପୂର୍ବଥର ପରି ସହଯୋଗ କରନ୍ତୁ ।

Police DG

ଗତବର୍ଷ ଘୋଷଯାତ୍ରାରେ ପୁରୀବାସୀଙ୍କ ସହଯୋଗ ମିଳିଥିଲା । ଚଳିତ ବର୍ଷ ମଧ୍ୟ ପୁରୀବାସୀଙ୍କ ସହାୟତା ଲୋଡିଲେ ପୋଲିସ ଡିଜି । କେନ୍ଦ୍ରାଞ୍ଚଳ ଆଇଜି ଓ ପୁରୀ ଏସପି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । କେତେ ପୋଲିସ ନିୟୋଜିତ ହେବେ ୨/୩ଦିନରେ ସ୍ପଷ୍ଟ ହେବ । ଘରେ ରୁହନ୍ତୁ, ମୋବାଇଲ ଓ ଟିଭିରେ ଭଗବାନଙ୍କୁ ଦର୍ଶନ କରନ୍ତୁ ବୋଲି କହିଛନ୍ତି ଶ୍ରୀ ଅଭୟ । ସରକାରଙ୍କ ରଥଯାତ୍ରା ଗାଇଡଲାଇନ ପାଳନ୍ତୁ ପୁରୀବାସୀ । ଡିଜିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଇନ ଶୃଙ୍ଖଳା ଏଡିଜି ମଧ୍ୟ ସାମିଲ ଥିଲେ । ପୁରୀ ଏସପି ଓ ବରିଷ୍ଠ ଅଧିକାରୀ , ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+