(Video ) ରାଜରାସ୍ତାରେ ଗଡୁଥିଲା 'ମୋ ବସ୍' ହଠାତ୍ ଆସିଲେ 'ଯମ ରାଜା' ଓ 'ଚିତ୍ରଗୁପ୍ତ'
'ମୋ ବସ୍' ଯାଉଥିବା ସମୟରେ ହଠାତ୍ ସେଥିରେ ‘ଯମ ରାଜା’ ଏବଂ ‘ଚିତ୍ରଗୁପ୍ତ’ ଚଢିଥିଲେ । ସେମାନେ ମଧ୍ୟ ସେଥିରେ ଯାତ୍ରା କରିଥିଲେ
ଭୁବନେଶ୍ୱର : ସବୁଦିନ ଭଳି ରାଜଧାନୀର ରାଜ ରାସ୍ତାରେ ନିର୍ଦ୍ଧାରିତ ରୁଟରେ ଗଡୁଥିଲା 'ମୋ ବସ୍' । ହେଲେ ଆଜି ଏଥିରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ବସରେ ଯାତ୍ରା କରୁଥିବା ଯାତ୍ରୀ ଓ ବସ୍ କର୍ମଚାରୀମାନେ ମଧ୍ୟ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । 'ମୋ ବସ୍' ଯାଉଥିବା ସମୟରେ ହଠାତ୍ ସେଥିରେ 'ଯମ ରାଜା' ଏବଂ 'ଚିତ୍ରଗୁପ୍ତ' ଚଢିଥିଲେ । ସେମାନେ ମଧ୍ୟ ସେଥିରେ ଯାତ୍ରା କରିଥିଲେ ।

ବାସ୍ତାବରେ ଘଟଣାଟି ହେଉଛି 32 ତମ ସଡକ ସୁରକ୍ଷା ସଚେତନତା ମାସରେ ଲୋକଙ୍କୁ ସଚେତନ କରିବା ପାଇଁ କ୍ରୁଟ୍ ଏଭଳି ଏକ ଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ଏହାର ଏକ ଅଂଶ ଭାବରେ ତିନିଜଣ କ୍ରୁଟ୍ ସଦସ୍ୟ ଆଜି ମୃତ୍ୟୁର ଦେବତା ପରି ପୋଷାକ ପରିଧାନ କରିଥିଲେ ଏବଂ ଯାତ୍ରୀ ଓ କ୍ରୁଟ୍ ସଦସ୍ୟଙ୍କ ମଧ୍ୟରେ ବିଭିନ୍ନ ସଡକ ସୁରକ୍ଷା ବାର୍ତ୍ତା ବିସ୍ତାର କରିଥିଲେ । ସେମାନେ 'ମୋ ବସ୍'ର ବିଭିନ୍ନ ମାର୍ଗରେ ଯାତ୍ରା କରିଥିଲେ। ଏଥିସହିତ ସଡକ ସୁରକ୍ଷା ନିୟମ ବସ୍ ଯାତ୍ରୀମାନଙ୍କୁ କହିବା ସହ ପିଲାମାନଙ୍କ ମଧ୍ୟରେ ଲିଫଲେଟ୍ ଏବଂ ଚକୋଲେଟ୍ ବଣ୍ଟନ କରିଥିଲେ ।
As part of #RoadSafetyMonth,Yamraj & Chitragupta travelled in various routes of #MoBus🚌 to disseminate #RoadSafety rules among the crew members and commuters.@MOBBY_MoBus@arunbothra@STAOdisha@HUDDeptOdisha#MoBusforBetterYou pic.twitter.com/h4VJrdkt45
— Capital Region Urban Transport (@CRUT_BBSR) February 13, 2021
କ୍ରୁଟ୍ ସଦସ୍ୟମାନଙ୍କୁ ସିଟ୍ ବେଲ୍ଟ ପିନ୍ଧିବା, ନିର୍ଦ୍ଧାରିତ ଷ୍ଟପ୍ ଗୁଡିକରେ ଅଟକାଇବା, ଡ୍ୟୁଟିରେ ଥିବାବେଳେ ମଦ୍ୟପାନ ନ କରିବା ଏବଂ ବସ୍ ଚଲାଉଥିବା ସମୟରେ ମୋବାଇଲରେ କଥାବାର୍ତ୍ତା ନ କରିବା ପାଇଁ ସଚେତନ କରାଇଥିଲେ । ଗାଡ଼ି ଶୃଙ୍ଖଳା ବଜାୟ ରଖିବାକୁ ସେମାନଙ୍କୁ ମଧ୍ୟ କୁହାଯାଇଥିଲା । ସେମାନେ ମଧ୍ୟ ଯାତ୍ରୀମାନଙ୍କୁ ଅନୁରୋଧ କରିଥିଲେ ଯେ ଯେତେବେଳେ ସେମାନେ ମୋ ବସରେ ଯାତ୍ରା କରିବା ସମୟରେ କୌଣସି ଟ୍ରାଫିକ୍ ଉଲ୍ଲଂଘନ ବିଷୟରେ ଜାଣିବାକୁ ପାଆନ୍ତି ତାହେଲେ ସେମାନଙ୍କ ନଜରକୁ ଆଣିବାକୁ କହିଥିଲେ ।
ଗୋଟିଏ ବସ୍ରେ ଯାତ୍ରା କରୁଥିବା ଜଣେ ବରିଷ୍ଠ ନାଗରିକ କହିଛନ୍ତି "ନିଜସ୍ୱ କ୍ରୁଟ୍ ସଦସ୍ୟମାନଙ୍କୁ ଟ୍ରାଫିକ୍ ନିୟମ ପାଳନ କରିବା ପାଇଁ CRUT ଦ୍ୱାରା ଏହା ଏକ ଭଲ ପ୍ରୟାସ ।'
ଟ୍ରାଫିକ୍ ନିୟମ ମାନିବା ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ୍ ବୋଲି ଏହି ଅବସରରେ କହିଛନ୍ତି CRUT ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର । ଆହୁରି ମଧ୍ୟ ସେ କହିଛନ୍ତି ଯେ ପ୍ରତିଦିନ ଦଶ ଜଣ କ୍ୟାପଟେନଙ୍କୁ ଡ୍ୟୁଟିରେ ଯିବା ପୂର୍ବରୁ ଟ୍ରାଫିକ ନିୟମ ବିଷୟରେ ପରାମର୍ଶ ଦିଆଯାଏ ।












Click it and Unblock the Notifications