Get Updates
Get notified of breaking news, exclusive insights, and must-see stories!

ମତ୍ସ୍ୟଜୀବୀମାନଙ୍କୁ ୨୦ରୁ ୨୨ ଯାଏଁ ସମୁଦ୍ର ମନା

ଭୁବନେଶ୍ୱର: ମତ୍ସ୍ୟଜୀବୀମାନଙ୍କୁ ୨୦ରୁ ୨୨ ଯାଏଁ ସମୁଦ୍ର ମନା। ସକ୍ରିୟ ମୌସୁମୀ ପ୍ରବାହ ତଥା ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଓଡିଶା ଉପକୂଳ ତଥା ପାର୍ଶ୍ଵବର୍ତ୍ତୀ ଉତ୍ତରପଶ୍ଚିମ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଝଡ଼ପବନ ତଥା ଝଟକା ପବନର ଘଣ୍ଟାପ୍ରତି ବେଗ ୪୦ ରୁ ୫୦କିମି ସମ୍ଭାବନା ହେତୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ୨୦ରୁ ୨୨ ଯାଏଁ ସମୁଦ୍ର ମନା।

ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଓଡିଶା ଉପକୂଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ବାୟୁମଣ୍ଡଳରେ ସମୁଦ୍ର ପତ୍ତନ ଠାରୁ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି , ଏହା ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

heavy_rain

ପ୍ରଚୁର ବର୍ଷା ହେତୁ ଚଳିତ ବର୍ଷର ନିଅଣ୍ଟିଆ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଦୂର ହେବ । ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ବୈଜ୍ଞାନିକ ଉମା ଶଙ୍କର ଦାସ ସୂଚନା ଦେଇଛନ୍ତି । ପ୍ରବଳ ବର୍ଷା କରଣରୁ ସହରୀ ବନ୍ଯାରେ ଲୋକେ ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ମାଲକାନଗିରି , କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାର ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସମ୍ଭାବନା ରହିଛି। କିଛି ଜିଲ୍ଲାର ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ହେତୁ ଅକସ୍ମାତ ବନ୍ୟା ପରିସ୍ଥିତି ଉପୁଜିପାରେ । ତଳୁଆ ଅଞ୍ଚଳରେ ପାଣିଜମିବା ସହ ସହର ଅଞ୍ଚଳରେ ଟ୍ରାଫିକ ଜନିତ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+