ସତର୍କ ସଙ୍କେତ ଡେଇଁଲା ବୈତରଣୀ ' ସତର୍କ ସଙ୍କେତ ୩୭.୪୫ ମିଟର, ଜଳସ୍ତର ୩୭.୭୦ ମିଟର

ଆନନ୍ଦପୁର ଠାରେ ସତର୍କ ସଙ୍କେତ ଡେଇଁଲା ବୈତରଣୀ ନଦୀର ଜଳ। ସତର୍କ ସଙ୍କେତ ୩୭.୪୫ ମିଟର । ଜଳସ୍ତର ୩୭.୭୦ ମିଟର।

ଉପରମୁଣ୍ଡରେ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ । ଭଦ୍ରକ ଆଖୁଆପଦା ନିକଟରେ ବିପଦ ସଂକେତ ୧୮.୩୩ ମିଟର ଥିବାବେଳେ ବର୍ତ୍ତମାନ ୧୮.୧୪ ଉପରେ ପ୍ରଭାବିତ ହେଉଛି ପାଣି । ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିବାରୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ଚାଷୀଙ୍କ ପରିବା ଫସଲ ମଧ୍ୟ ନଷ୍ଟ ହୋଇଛି । ପାଣି ଘେରରେ ଲୋକମାନେ ଜୀବନ ବିତାଉଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ମଧ୍ୟ ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ଏବେ ବି ଲୋକମାନେ ଜଳବନ୍ଦୀ ବିତାଉଛନ୍ତି ।

Warning signal raised Baitarani

ତେବେ ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା। ୩ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କିଛି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟ୍‌କା ପବନ ବହିବା ସହ ପ୍ରବଳ ବର୍ଷା ହୋଇପାରେ । ଏହା ସହ ଅନ୍ୟ ୧୭ ଜିଲ୍ଲା ପାଇଁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏସବୁ ସ୍ଥାନରେ ବିଜୁଳି, ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+