Get Updates
Get notified of breaking news, exclusive insights, and must-see stories!

ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଆଜି ଆସିପାରେ ଲାଏ ଡିଟେକସନ୍‌ ଟେଷ୍ଟ ରିପୋର୍ଟ

ଏବେ ବି ରହସ୍ୟ ଘରରେ ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ । ତେବେ ଆଜି ଖୋଲିପାରେ ସେହି ରହସ୍ୟ । କାରଣ ଆଜି ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କ ଲାଏ ଟିଟେକ୍ସନ ଟେଷ୍ଟ ରିପୋର୍ଟ ଆସିପାରେ ।

VSSUT

ସମ୍ବଲପୁର: ଏବେ ବି ରହସ୍ୟ ଘରରେ ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ । ତେବେ ଆଜି ଖୋଲିପାରେ ସେହି ରହସ୍ୟ । କାରଣ ଆଜି ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଓ ମାନସ ଟୁଡୁଙ୍କ ଲାଏ ଟିଟେକ୍ସନ ଟେଷ୍ଟ ରିପୋର୍ଟ ଆସିପାରେ । ଏହି ରିପୋର୍ଟ ଆସିବା ପରେ ତର୍ଜମା କରାଯିବ । ଆବଶ୍ୟକ ପଡ଼ିଲେ ନାର୍କୋ ଆନାଲିସିସ୍ କରାଯିବ ବୋଲି ସମ୍ବଲପୁର ଏସପି ବି. ଗଙ୍ଗାଧର ଏସ୍‌ପି ବି. ଗଙ୍ଗାଧର କହିଛନ୍ତି । ।

ସେହିପରି ଚିନ୍ମୟୀଙ୍କର ଡାଏଟମ୍‌ ରିପୋର୍ଟ ବି ଆସିବ । ପାଣିରେ ବୁଡ଼ି ନା ଆଉ କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହେବ । ଚିନ୍ମୟୀଙ୍କ ବେକରେ ଥିବା ଦାଗ, ଗଳାଚିପି ହତ୍ୟା କାରଣରୁ ହୋଇ ନଥିବା ଏସପି ସ୍ପଷ୍ଟ କରିଛନ୍ତି । ଗତକାଲି ଉତ୍ତରାଞ୍ଚଳ ଆଇଜିଙ୍କ ଉପସ୍ଥିତିରେ ଚିନ୍ମୟୀଙ୍କ ବାପା, ମା ଓ ଭଉଣୀଙ୍କୁ ବୁର୍ଲା ପୋଲିସ ରାତି ୯ଟା ଯାଏ ପଚରାଉଚରା କରିଥିଲା । ସେମାନଙ୍କ ପାଖରେ କୌଣସି ତଥ୍ୟ ପ୍ରମାଣ ଥିଲେ ଦୋବକୁ କହିଛି ପୋଲିସ ।

ସୂଚନା ଅନୁସାରେ ଗତକାଲି ରାତି ତମାମ ପୋଲିସ ବିଭିନ୍ନ ଲୋକଙ୍କୁ ଥାନାକୁ ଡାକି ପଚରାଉଚରା କରିବା ସହ ୧୬୧ ସିଆରପିସିରେ ବୟାନ ରେକର୍ଡ କରିଛି । ଗତକାଲି ରାତିରେ ଦୁଇ ଜଣ ଦୋକାନୀ ଓ ଦୁଇ ଜଣ ଛାତ୍ରଙ୍କୁ ଡାକି ପଚରା ଉଚରା କରାଯାଇ ଥିବା ଜଣାପଡ଼ିଛି । ଏହା ପୂର୍ବରୁ ଭିସୁଟର କିଛି ଛାତ୍ରଙ୍କୁ ମିଶାଇ ୩୧ ଜଣଙ୍କୁ ଜେରା କରାଯାଇଥିଲା । ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ଜବତ ହୋଇଥିବା ବେଳେ ତଦନ୍ତ ଚାଲିଛି । ଆଜି ଲାଏ ଡିଟେକସନ୍‌ ଓ ଡାଏଟମ୍‌ ରିପୋର୍ଟ ଆସିଲେ ଖୋଲିବ ଚିନ୍ମୟୀ ଡେଥ ମିଷ୍ଟ୍ରିର ଗୁମର ।

ଉଲ୍ଲେଖଥାଉ କି, ଫେବୃଆରୀ ୨୮ ଚିନ୍ମୟୀ ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ତାଙ୍କ ସାର୍ଟିଫିକେଟ୍ ନେବା ପାଇଁ ଆସିଥିଲେ । ଆଇଟି ବିଭାଗର ସ୍ନାତକ ଶ୍ରେଣୀର ଉତ୍ତୀର୍ଣ୍ଣ ହୋଇଥିଲେ । ରାତି ପ୍ରାୟ ୧୦ଟାରେ ସେ ନିଜର ପୁରୁଷ ବନ୍ଧୁ ପ୍ରୀତିମାନ ଦେ'ଙ୍କ ସହ ବାଇକରେ ପାୱାର ଚ୍ୟାନେଲ ଆଡକୁ ବୁଲିବାକୁ ଯାଇଥିବା ବେଳେ ଅଚାନକ ବ୍ରିଜରୁ ଡେଇଁ ପଡିଥିବା ନେଇ ଖବର ମିଳିଥିଲା । ଏନେଇ ତାଙ୍କର ବନ୍ଧୁ ଭିସୁଟ୍ କର୍ତ୍ତୃପକ୍ଷ, ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଏହାପରେ ବୁର୍ଲା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲେ । ବିଳମ୍ବିତ ରାତି ଯାଏଁ ଖୋଜା ଖୋଜି ଜାରି ରହିଥିଲା । ପର ଦିନ ସକାଳୁ ମୃତଦେହ ଉଦ୍ଧାର ହୋଇଥିଲା । ତେବେ ଚିନ୍ମୟୀଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆସିବା ପରେ ଅଟକ ବୟଫ୍ରେଣ୍ଡ ପ୍ରୀତିମାନ ଦେଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+