Get Updates
Get notified of breaking news, exclusive insights, and must-see stories!

୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍‌ଙ୍କୁ VRS, ସ୍ୱେଚ୍ଛାକୃତ ଅବସର ନେଲେ ଭି. କେ ପାଣ୍ଡିଆନ

ସାରା ରାଜ୍ୟରେ ହଇଚଇ । ଏହି ଖବର ଯେମିତି ସବୁ କିଛି ଓଲଟ ପାଲଟ କରିଦେବ । ସ୍ୱେଚ୍ଛାକୃତ ଅବସର ନେଲେ ୫ଟି ସଚିବ ଭି. କେ ପାଣ୍ଡିଆନ । ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍‌ଙ୍କୁ ଭିଆରଏସ ଅନୁମତି ମିଳିଛି । ଆଉ ଭିଆରଏସ ନେବା ପରେ ତାଙ୍କର ରାଜନୀତିରେ ପାଦ ଦେବାର ଚର୍ଚ୍ଚା ଜୋରସୋରରେ ଚାଲିଛି ।

ତେବେ ଅବସର ପରେ ସେ ବିଜେଡିର କାର୍ଯ୍ୟକାରୀ ପରିଷଦ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହା ସହ ତାଙ୍କୁ ଏଭଳି କିଛି ପଦବୀ ମିଳିପାରେ ଯାହା ଦ୍ବାରା ଉଭୟ ସରକାର ଓ ବିଜେଡି ଉପରେ ତାଙ୍କର ଦବଦବା ପୂର୍ବ ଭଳି ରହିପାରିବ । ଏମିତି ବି ତାଙ୍କୁ ବିଜେଡିର ପାୱାର ଫୁଲ ପଦ୍ ଦିଆଯାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ପାଣ୍ଡିଆନ ଦଳର ଏକ ପ୍ରମୁଖ ଆସନରେ ବସିଲେ ଦଳର ବରିଷ୍ଟ ନେତୃତ୍ୱ ଏହାକୁ ଗ୍ରହଣ କରିବେ କି ନାହିଁ ତାହା ବି ବଡ ପ୍ରଶ୍ନ ସୃଷ୍ଟି କରୁଛି ।

ତାଙ୍କ ଅବସର ନେଇ ସାଧାରଣ ପ୍ରଶାସନ ବିଭାଗ ଏସିଏସଙ୍କୁ ଚିଠି ଲେଖିଛନ୍ତି କାର୍ମିକ ମନ୍ତ୍ରଣାଳୟ । ଜିଏ ବିଭାଗ ଏସିଏସଙ୍କୁ କାର୍ମିକ ମନ୍ତ୍ରଣାଳୟର ଅନୁସଚିବ ଚିଠି ଲେଖିଥିଲେ। ଭିଆରଏସ ନେଇ ରାଜ୍ୟ ସରକାର ଅକ୍ଟୋବର ୨୦ ତାରିଖରେ ପଠାଇଥିବା ଆବେଦନ ମଞ୍ଜୁର ହୋଇଥିବା ଜଣା ପଡ଼ିଛି । ସର୍ବଭାରତୀୟ ସେବା ଆଇନ ୧୬(୨ଏ) ଅନୁସାରେ ମଞ୍ଜୁର ହୋଇଥିବା ଜଣାପଡିଛି ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ନିହାତି ଏକ ଭଲ ଆସନରେ ବସାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିଛି ମାସ ହେବ ସେ ଯେଉଁଭଳି ଲୋକଙ୍କ ସହ ମିଶିଥିଲା, ତାକୁ ନେଇ ବି ବିଭିନ୍ନ ଅନୁମାନ ହେଉଥିଲା ।

pandian

ସୂଚନାଯୋଗ୍ୟ, ୫-ଟି ସଚିବଙ୍କ ସମଗ୍ର ରାଜ୍ୟ ବୁଲି ଜନଶୁଣାଣି କରିବା ଶେଷ ହୋଇଛି । ପାଣ୍ଡିଆନଙ୍କ ଏମିତି ତୁଫାନି ଗସ୍ତକୁ ନେଇ ରାଜନୀତି ଜୋର ଧରିଥିଲା। ବିରୋଧୀମାନେ ବିଧାନସଭାରେ ୫-ଟି ସଚିବଙ୍କ କାର୍ଯ୍ୟକଳାପ ନେଇ ହୋ ହାଲ୍ଲା କରିଥିବାର ଦେଖିବାକୁ ମିଳିଥିଲା ।

ଯଦି ରାଜନୀତି କରିବାର ଅଛି ତେବେ ପାଣ୍ଡିଆନ ସରକାରୀ ଚାକିରି ଛାଡ଼ି ରାଜନୀତିରେ ଯୋଗ ଦିଅନ୍ତୁ ବୋଲି ଭୁବନେଶ୍ଵର ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ସମେତ ଅନେକ ନେତା ଆହ୍ଵାନ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+