ସରିଲା ନୂଆପଡ଼ା ଉପ-ନିର୍ବାଚନ ଭୋଟ୍; 75.37 ପ୍ରତିଶତ ଭୋଟିଂ, EVM ରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ସରିଲା ନୂଆପଡ଼ା ଉପ-ନିର୍ବାଚନ ଭୋଟ୍ । EVM ରେ ସିଲ୍ ହେଲା ୧୪ ପ୍ରାର୍ଥୀଙ୍କ ଭାଗ୍ୟ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ଉପନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ଭୋଟ୍ ଦେଇଛନ୍ତି ୭୫.୩୭% ପ୍ରତିଶତ ଭୋଟର। ରାଜ୍ୟ ରାଜନୀତିରେ ବଡ଼ ପ୍ରଭାବ ପକାଇବକୁ ଯାଉଥିବା ନୂଆପଡ଼ା ଉପନିର୍ବାଚନର ଫଳାଫଳକୁ ସମସ୍ତଙ୍କର ଅପେକ୍ଷା ।

୧୪ ପ୍ରାର୍ଥୀଙ୍କ ଭାଗ୍ୟ EVMରେ ସିଲ ହେଇସାରିଥିବା ବେଳେ ନୂଆପଡ଼ା ଉପନିର୍ବାଚନ ବିଜୟର ଟୀକା କିଏ ପିନ୍ଧିବ ୧୪ ତାରିଖର ଭୋଟ୍ ଗଣତିରେ ତାହା ସ୍ପଷ୍ଟ ହେବ । ଆଜିର ମତଦାନରେ ନୂଆପଡ଼ା ଭୋଟରଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଥିଲା। ନିର୍ବାଚନ କମିଶନଙ୍କ ପକ୍ଷରୁ ବି ଶୃଙ୍କଳିତ ମତଦାନ ପାଇଁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଥିଲା।

Nuapada by-election

ମଙ୍ଗଳବାର ସକାଳ ୬ରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିଥିଲା। ସନ୍ଧ୍ୟା ୫ଟା ଭିତରେ ବୁଥ ପରିସରରେ ଥିବା ସମସ୍ତ ଭୋଟରଙ୍କୁ ଭୋଟ ଦେବା ପାଇଁ ସୁଯୋଗ ମିଳିଛି । ସମୁଦାୟ ୩୫୮ଟି ବୁଥରୁ EVM ଆଣି ଷ୍ଟ୍ରଙ୍ଗ ରୁମରେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ରଖାଯାଇଛି। CCTV ସହ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ବ୍ୟବସ୍ଥାରେ EVM ଗୁଡ଼ିକୁ ରଖା ଯାଇଛି।

ମତଦାନ ପ୍ରକ୍ରିୟାରେ ସେଭଳି କୌଣସି ବଡ଼ ସମସ୍ୟା ଉପୁଜିନଥିବା ବେଳେ କେତେକ ସ୍ଥାନରୁ ଛୋଟମୋଟ ଅଭିଯୋଗ ଆସିଥିଲା । ଗୋପନୀୟତା ଉଲ୍ଲଙ୍ଘନ ନେଇ ୪୬ ନମ୍ଵର୍ ବୁଥ୍ ପ୍ରିଜାଇଡିଂ ଅଫିସର ସନ୍ଦୀପ ସ୍ଵାଇଁଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ନିଲମ୍ବନ କରିଛନ୍ତି । ବୁଥ ନମ୍ବର ୧୧ରେ ନିର୍ଦ୍ଦିଷ୍ଟ ପାର୍ଟି ସିମ୍ବଲ ଧରି କିଛି ମହିଳା ବୁଥ୍ ବାହାରେ ବସିଥିବାର ଅଭିଯୋଗ ଆସିଥିବା ବେଳେ ସେମାନଙ୍କ ଠାରୁ ସମାଗ୍ରୀ ଜବତ କରାଯାଇଛି।

ସେହିପରି ବୁଥ ୨୫୦ ରେ ଗୋଟିଏ ଚିହ୍ନରେ ଭୋଟ ଦେଲେ ଅନ୍ୟ ଚିହ୍ନକୁ ଭୋଟ ଯାଉଛି ବୋଲି ଅଭିଯୋଗ ଆସିଥିବା ବେଳେ ଭୋଟିଂ ସମୟରେ ଆପତ୍ତି ନକରି ସେ ରେକର୍ଡିଂ କାହିଁକି କଲେ ବୋଲି ନିର୍ବାଚନ କମିଶନ ପ୍ରଶ୍ନ ଉଠାଇଥିବା ବେଳେ ତର୍ଜମା ପରେ ଏହା ଗୁଜବ ବୋଲି ଜଣାପଡ଼ିଛି। ୨୪ ବିଧାନସଭା ନିର୍ବାଚନ ପରେ ଏହା ପ୍ରଥମ ଉପନିର୍ବାଚନ ହୋଇଥିବା ବେଳେ ୩ ପ୍ରମୁଖ ଦଳଙ୍କ ପାଇଁ ଏହି ନିର୍ବାଚନ ଫଳାଫଳ ଖୁବ୍ ଗୁରୁତ୍ବ ବହନ କରୁଛି।

ତେବେ ଶୁକ୍ରବାର ଜଣାପଡ଼ିବ କାହା ମୁଣ୍ଡରେ ସୁନା କଳସ ଢ଼ାଳିଛନ୍ତି ନୂଆପଡ଼ାବାସୀ । କାରଣ ୧୪ ତାରିଖ ଶିଶୁଦିବସରେ ହେବ ଭୋଟ ଗଣତି। ଆଉ ସେହିଦିନ ଜଣାପଡ଼ିବ କିଏ ପିନ୍ଧିବ ନୂଆ ମୁକୁଟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+