ପଞ୍ଚାୟତ ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, କାଲି କୋଟିଆରେ ପଡ଼ିବ ଭୋଟ
ଆସନ୍ତାକାଲି କୋଟିଆରେ ପଡିବାକୁ ଯାଉଛି ପଞ୍ଚାୟତ ଭୋଟ । ଆନ୍ଧ୍ରର ଷଡଯନ୍ତ୍ର ଭିତରେ କାଲି କୋଟିଆରେ ହେବ ମତଦାନ । ଆଇନଶୃଙ୍ଖଳା ଦୃଷ୍ଟିରୁ ଆନ୍ଧ୍ର ସୀମାକୁ ଆଜି ସିଲ୍ କରିଛି ଓଡିଶା ପ୍ରଶାସନ ।
ଭୁବନେଶ୍ୱର: ଆସନ୍ତାକାଲି କୋଟିଆରେ ପଡିବାକୁ ଯାଉଛି ପଞ୍ଚାୟତ ଭୋଟ । ଆନ୍ଧ୍ରର ଷଡଯନ୍ତ୍ର ଭିତରେ କାଲି କୋଟିଆରେ ହେବ ମତଦାନ । ଆଇନଶୃଙ୍ଖଳା ଦୃଷ୍ଟିରୁ ଆନ୍ଧ୍ର ସୀମାକୁ ଆଜି ସିଲ୍ କରିଛି ଓଡିଶା ପ୍ରଶାସନ । ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ସୂଚନାଥାଉ କି, କୋଟିଆରେ ସର୍ବଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଟକ୍କର ଦେଉଛନ୍ତି । ପୁଲିଂ ପାର୍ଟି ପହଞ୍ଚି ସାରିଛନ୍ତି, ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତି ବି ସରିଛି । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ୍ ଜୋନ୍-୧ ଜିଲ୍ଲା ପରିଷଦ ପାଇଁ ଭୋଟ୍ ଗ୍ରହଣ ହେବ । ଯେଉଁଥିରେ କୋଟିଆ ପଞ୍ଚାୟତ ମଧ୍ୟ ସାମିଲ ରହିଛି । କୋଟିଆ ପଞ୍ଚାୟତର ୧୩ଟି ବୁଥ୍ରେ ୫, ୭୯୦ ଭୋଟର୍ ମତଦାନ କରିବେ ।
ପଞ୍ଚାୟତ ନିର୍ବାଚନରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏହା ପୂର୍ବରୁ ଗତକାଲି ସଂଧ୍ୟାରେ ଶେଷ ହୋଇଛି ପ୍ରଚାର । ଏହି ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୬୮ଟି ବ୍ଲକ୍ରେ ୧୮୬ଟି ଜିଲ୍ଲା ପରିଷଦ ଜୋନ୍ ଲାଗି ନିର୍ବାଚନ ହେବ । ମୋଟ୍ ୧୫ଶହ ୧୪ ପଞ୍ଚାୟତର ୨୦ ହଜାର ୪୩୬ ବୁଥ୍ରେ ଭୋଟ ଗ୍ରହଣ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ ୧୦ ହଜାର ଭୋଟର୍ ମତଦାନ କରିବେ ।












Click it and Unblock the Notifications