ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ, ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ଭୋଟିଂ ଆରମ୍ଭ ହୋଇଛି। ଭୋଟିଂ ସ୍ଥାନ ଗୁଡିକରେ ସକାଳ ୭ଟାରୁ ଗହଳି ଦେଖିବାକୁ ମଳିଛି। ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ରାଜ୍ୟର ପ୍ରମୁଖ ୩ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସମେତ ମୋଟ୍‌ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣର ସମୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୁଇଟି ଏନ୍‌ଏସି ଏବଂ ୨ଟି ବ୍ଲକକୁ ନେଇ ଗଠିତ ଏହି ନୂଆପଡ଼ା ନିର୍ବାଚନମଣ୍ଡଳୀର ମୋଟ୍‌ ୨ ଲକ୍ଷ ୫୪ ହଜାର ୪୯୭ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏଠାରେ ମୋଟ୍‌ ୩୫୮ଟି ବୁଥ୍‌ ରହିଥିବାବେଳେ ସେଥିରୁ ୧୦୧ଟି ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ୧୦୧ ବୁଥ୍‌ ମଧ୍ୟରୁ ୪୭ଟି ମାଓବାଦୀ ପ୍ରଭାବିତ ଅଞ୍ଚଳ ହୋଇଥିବା ବେଳେ ୫୪ଟି ଆଇନଶୃଙ୍ଖଳା ପ୍ରଭାବିତ ଅଞ୍ଚଳ ବୋଲି କୁହାଯାଇଛି। ତେବେ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ।

Nuapada by-election

ସେହିପରି ସାଧାରଣ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟିଂ ଚାଲିବ ବୋଲି ଜିଲା ନିର୍ବାଚନ ଅଧିକାରୀ ସୋମବାର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମାଓବାଦୀ ପ୍ରଭାବିତ ବୁଥ୍‌ ମଧ୍ୟରୁ ୮ଟି ଦୁର୍ଗମ ପାହାଡିଆ ଅଞ୍ଚଳରେ ରହିଛି। ସେଗୁଡ଼ିକ ହେଉଛି ୩୨୦-ସୋସେଙ୍ଗ, ୩୨୧- ସୋସେଙ୍ଗ(୨), ୩୨୨ ଦେଓସିଲ, ୩୨୪ ସୁନାବେଡ଼ା(୧), ୩୨୫ ସୁନାବେଡ଼ା ୧(କ), ୩୨୬ ଜାମଗାଁ, ୩୨୭ ଗୋତିବେଡ଼ା ଓ ୩୨୮ ଗୋତିବେଡା(୨) ରହିଛି। ଏହି ବୁଥ୍‌ଗୁଡ଼ିକ ଅତି ସମ୍ବେଦନଶୀଳ ହୋଇଥିବାରୁ ପୋଲିଂପାର୍ଟି ସୁରକ୍ଷିତ ଯିବା ସହିତ ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ କରି ଫେରିବା ପାଇଁ ଭାରତୀୟ ବାୟୁସେନାର ବିମାନ ଉପଯୋଗ କରାଯାଇଛି। ମାଓବାଦୀ ପ୍ରଭାବିତ ୮ ବୁଥ୍‌ ଲାଗି ୬ ଜଣ ଲେଖାଏ ମୋଟ୍‌ ୪୮ ଜଣ ପୋଲିଂପାର୍ଟି ନିୟୋଜିତ ହୋଇଛନ୍ତି। ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଥରକରେ ୬ ଜଣ ଲେଖା ୮ଥରରେ ପୋଲିଂପାର୍ଟିକୁ ଦୁର୍ଗମ ଅଞ୍ଚଳରେ ଥିବା ବୁଥ୍‌ରେ ସୁରକ୍ଷିତ ଛଡ଼ାଯାଇଛି।

ଅନ୍ୟପଟେ ଏହି ଉପନିର୍ବାଚନ ଲାଗି ରହିଥିବା ମୋଟ୍‌ ୩୫୮ ବୁଥ୍‌ ମଧ୍ୟରୁ ୬ଟି ସଖୀ ବୁଥ୍‌ ରହିଛି। ସଖୀ ବୁଥ୍‌କୁ ମହିଳା ପୋଲିଂପାର୍ଟିଂ ପରିଚାଳନା କରିବେ। ନୂଆପଡ଼ା ଓ ଖରିଆର୍‌ ରୋଡ୍‌ରେ ୩ଟି ଲେଖାଏ ସଖୀ ବୁଥ୍‌ କରାଯାଇଛି। ଏଥିଲାଗି ଜିଲା ପ୍ରଶାସନ ୩୯୬ ପୋଲିଂପାର୍ଟି ପ୍ରସ୍ତୁତ କରିଛନ୍ତି। ପୋଲିଂ ପାର୍ଟି ନୂଆପଡ଼ା ନ୍ୟାଶନାଲ୍‌ କଲେଜଠାରୁ ବିଭିନ୍ନ ବୁଥ୍‌କୁ ଯିବା ବ୍ୟବସ୍ଥା କରାଯାଇଛି। ନ୍ୟାଶନାଲ କଲେଜରେ ଷ୍ଟ୍ରଙ୍ଗ ରୁମ୍‌ ରହିଛି। ସେଠାରୁ ପୋଲିଂପାର୍ଟିକୁ ଇଭିଏମ୍‌ ଓ ଭିଭିପିଏଟି ସହ ଗନ୍ତବ୍ୟ ସ୍ଥଳକୁ ପଠାଯାଇଛି। ଅନ୍ୟପଟେ ଅବାଧ ଓ ନିରପେକ୍ଷ ସହିତ ଶାନ୍ତିଶୃଙ୍ଖଳାରେ ଉପନିର୍ବାଚନକୁ କରିବା ଲାଗି ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୋଲିସ ପକ୍ଷରୁ ସୀମାନ୍ତ ବା ଆଇନଶୃଙ୍ଖଳା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରାଯାଇଛି। ଏପରିକି ଚେକ୍‌ପୋଷ୍ଟ କରି ପୋଲିସ ୨୪ ଘଣ୍ଟା ପହରା ଦେଉଛି। ଏଥିରେ ୧୪ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ସହ ୨ ସେକ୍ସନ ୬ ପ୍ଲାଟୁନ ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି। ଜଣେ ଏସ୍‌ପି, ୬ ଡିଏସ୍‌ପି, ୯ ଜଣ ଇନ୍‌ସପେକ୍ଟର, ୧୫୧ ଜଣ ସବ୍‌-ଇନ୍‌ସପେକ୍ଟର ଓ ଅତିରିକ୍ତ ଇନ୍‌ସପେକ୍ଟର, ୧୦୩ ଜଣ ହାବିଲଦାର୍‌, ୪୭୭ ଜଣ କନ୍‌ଷ୍ଟେବଲ, ୧୫୯ ଜଣ ଏପିଆର୍‌ କନ୍‌ଷ୍ଟେବଲ, ୩୭ ଜଣ ଓଏପିଏଫ, ୨୮୭ ଜଣ ହୋମଗାର୍ଡ ନିୟୋଜିତ ଅଛନ୍ତି। ଶାନ୍ତିଶୃଙ୍ଖଳା ଲାଗି ପ୍ରତ୍ୟେକ ପୋଲିଂପାର୍ଟିଂ ସହିତ ଜଣେ ସୁରକ୍ଷା କର୍ମୀ ନିୟୋଜିତ ରହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+