ବର୍ଷାରେ ଭିଜି ଭିଜି ବିକାଶର ସମୀକ୍ଷା କଲେ ଭିକେ ପାଣ୍ଡିଆନ୍; ମାଆ ସମଲେଶ୍ବରୀଙ୍କ ଆଶୀର୍ବାଦ ବି ନେଲେ
ସମ୍ବଲପୁର: ସମ୍ବଲପୁର ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ୍ । ସକାଳୁ ସକାଳୁ ବର୍ଷାରେ ଓଦା ହୋଇ କଲେ ବିକାଶର ସମୀକ୍ଷା। ପ୍ରବଳ ବର୍ଷାରେ ରେନିକୋଟ୍ ପିନ୍ଧି ମାଆ ସମଲେଶ୍ବରୀଙ୍କ ଦର୍ଶନ କରିଛନ୍ତି ୫ଟି ସଚିବ। ଏହା ସହ ଲୋକଙ୍କ ସମସ୍ୟା ବୁଝିଛନ୍ତି।
ସମ୍ବଲପୁର ଗସ୍ତର ୨ୟ ଦିନରେ ସମଲେଇ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଛନ୍ତି ପାଣ୍ଡିଆନ୍। ଏହାସହ ମନ୍ଦିର ଟ୍ରଷ୍ଟବୋର୍ଡ ସହ ଆଲୋଚନା କରିଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ।

ଡିସେମ୍ବର ସୁଦ୍ଧା ଏହି ପ୍ରକଳ୍ପ କାମ ଶେଷ ହେବ ବୋଲି କହିଛନ୍ତି ଭିକେ ପାଣ୍ଡିଆନ୍ । ପରେ ରେଢାଖୋଲ ନିର୍ବାଚନ ମଣ୍ଡଳୀର ହୁମା ବକ୍ର ମନ୍ଦିର ପରିଦର୍ଶନ କରିବା ସହ ସ୍ଥାନୀୟ ଜନସାଧାରଣ ଓ ପୂଜକଙ୍କ ଆଲୋଚନା କରିବାର କାଯ୍ୟକ୍ରମ ରହିଛି।
ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିବା ସହ, ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ୭ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ୫ଟି ସଚିବ । ଏପରିକି ପାନୀୟ ଜଳ ସମସ୍ୟାର ସମାଧାନ ୨୪ ଘଣ୍ଟା ମଧ୍ୟରେ କରିିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।












Click it and Unblock the Notifications