ତୁଟିଲା ସସପେନ୍ସ, ନିର୍ବାଚନ ଲଢ଼ିବେନି କହି ବିରୋଧୀଙ୍କ ପାଟି ବନ୍ଦ କଲେ ପାଣ୍ଡିଆନ

ନିର୍ବାଚନ ଲଢ଼ିବେନି ପାଣ୍ଡିଆନ୍ । ଆଗାମୀ ନିର୍ବାଚନରେ ପ୍ରତିଦ୍ୱିନ୍ଦ୍ୱିତା କରିବେ ନାହିଁ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ପାଣ୍ଡିଆନ । ଏନେଇ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ସ୍ପଷ୍ଟ କରିଛନ୍ତି ପାଣ୍ଡିଆନ ।

ଭି.କେ ପାଣ୍ଡିଆନଙ୍କୁ ନେଇ ଯେଉଁ କଳ୍ପନାଜଳ୍ପନା ହେଉଥିଲା ତା ଉପରେ ବିରାମ ଲାଗିଛି । ବଡ଼ ଚର୍ଚ୍ଚାର ଅବସାନ ଘଟାଇଛି ବିଜେଡି । ବିରୋଧୀଙ୍କ ସମେତ ରାଜନୈତିକ ବିଶାରଦଙ୍କ ଅଙ୍କ ବି ଫେଲ୍‌ ମାରିଛି ।

ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ବିଜେଡି ନେତା ଓ କର୍ମୀଙ୍କୁ ୫ଟି ଅଧ୍ୟକ୍ଷଙ୍କ ସମ୍ବୋଧନ କରି କହିଥିଲେ ମୁଁ ନିର୍ବାଚନ ଲଢିବି ନାହିଁ , ଜନସେବା ମୋର ଲକ୍ଷ୍ୟ ବୋଲି ସେ କହିଛନ୍ତି । ବିଜୁ ବାବୁ ଓ ନବୀବନ ବାବୁଙ୍କ ପ୍ରତି ଥିବା ଭଲ ପାଇବା ମୁଁ ଦେଖିଛି ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଶ୍ରୀଜଗନ୍ନାଥଙ୍କ ପ୍ରତି ମୋର ଅଗାଢ଼ ବିଶ୍ବାସ ରହିଛି । ଯେଉଁଥିପାଇଁ ପ୍ରତି ଶନିବାର ମୁଁ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଇଥାଏ । ଶ୍ରୀଜଗନ୍ନାଥଙ୍କ କୃପା ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ପ୍ରତି ରହିଛି ବୋଲି ପାଣ୍ଡିଆନ କହିଛନ୍ତି ।

ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସରିବା ପରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ପାଣ୍ଡିଆନ ଜନସେବା ପାଇଁ ପ୍ରଶାସନିକ ସେବା ଚାକିରି ଛାଡ଼ିଛନ୍ତି । ଆଗକୁ ମଧ୍ୟ ଜନସେବା ଜାରି ରଖିବେ । ତେବେ ସେ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି ।

ବିଜେଡି ନେତା ରବୀନ୍ଦ୍ର ଜେନା କହିଛନ୍ତି, ଭି.କେ ପାଣ୍ଡିଆନ ନିର୍ବାଚନ ନ ଲଢିବା ନେଇ ସ୍ପଷ୍ଟ କରିଛନ୍ତି । ଏପରିକି ୧୪୭ ଆସନରେ ମୁଖ୍ୟମନ୍ତ୍ରୀଙ୍କ ସହ ମିଶି ଦଳ ପାଇଁ କାମ କରିବେ ବୋଲି ପାଣ୍ଡିଆନ ବୈଠକରେ କହିଛନ୍ତି ।

ଏହାପୂର୍ବରୁ ପାଣ୍ଡିଆନ ଆଗାମୀ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଥିଲା । ଗତ ନଭେମ୍ବର ୨୭ ତାରିଖରେ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ ପାଣ୍ଡିଆନ ।

vk_pandian

IAS ଚାକିରି ଛାଡ଼ି, 5T Secretary ପଦରୁ ସ୍ବେଚ୍ଛାକୃତ ଅବସର ନେଇ ବିଜେଡିର ପ୍ରାଥମିକ ସଦସ୍ୟ ଭାବେ ଶଙ୍ଖ ଧରିଥିଲେ ପାଣ୍ଡିଆନ । ଆଉ ଏହାକୁ ନେଇ କିଛି ସମୟ ପାଇଁ ଟିଭି ସହ ସୋସିଆଲ ମିଡିଆ ହୁଲସ୍ତୁଲ ହୋଇଥିଲା ।

ତେବେ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ବଡ଼ ନିଷ୍ପତ୍ତି ନେଇଛନ୍ତି କାର୍ତ୍ତିକେୟ ପାଣ୍ଡିଆନ । ଶୁକ୍ରବାର ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନାରେ ବସିଥିବା ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ସେ ରାଜନୀତିରେ ରହି ସେବା କରିବେ, କିନ୍ତୁ ନିର୍ବାଚନ ଲଢ଼ିବେ ନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+