ବଦଳିବ ବାରବାଟୀ ଷ୍ଟାଣ୍ଡିୟମର ରୂପରେଖ; ସ୍ଥିତି ପରଖିଲେ ୫ ଟି ଅଧକ୍ଷ ଭି.କେ ପାଣ୍ଡିଆନ
ବାରବାଟୀ ଷ୍ଟାଡିଅମର ସ୍ଥିତି ପରଖିଛନ୍ତି ୫ ଟି ଅଧକ୍ଷ ଭି.କେ ପାଣ୍ଡିଆନ । ୫ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଆଜି ବାରବାଟୀ ଷ୍ଟାଡିୟମ ବୁଲି ନୂଆ ପ୍ରକଳ୍ପର ବ୍ଲୁପ୍ରିଣ୍ଟ ଦେଖିଥିଲେ ଏଥି ସହିତ ପିଚ, ଗ୍ରାଉଣ୍ଡ, ଗ୍ୟାଲେରୀର ସ୍ଥିତି ଅନୁଧ୍ୟାନ କରିଥିଲେ ।
ପାଣ୍ଡିଆନ ପିଚ, ଗ୍ରାଉଣ୍ଡ, ଗ୍ୟାଲେରୀର ସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହିତ ସେ ରଣଜୀ ଖେଳାଳି ଓ ଗ୍ରାଉଣ୍ଡ ଷ୍ଟାଫଙ୍କ ସହ ଆଲୋଚନା କରିଥିଲେ। ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀ କରିବେ । ପରେ ତିନି ବର୍ଷ ମଧ୍ୟରେ ଷ୍ଟାଡିୟମ କାମ ଶେଷ ହେବ । ନବୀକରଣ ପ୍ରକଳ୍ପ ଅଧିନରେ ବାରବାଟୀର ପୁରୁଣା ଗ୍ୟାଲେରୀ ସବୁ ଭଙ୍ଗା ହୋଇ ନୂଆ ହେବ। ପରେ ପୁରା ଷ୍ଟାଡିୟମରେ ଦର୍ଶକ ପାଇଁ ୬୦ ହଜାର ନୂଆ ଚେୟାର ଲାଗିବ।
ମୁଖ୍ୟମନ୍ତ୍ରୀ ବାରବାଟୀ ନୂଆ ଲୁକ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ବିସିସିଆଇ, ରାଜ୍ୟ ସରକାର ଓସିଏର ମିଳିତ ଉଦ୍ୟମରେ ଏହି ବଡ଼ ପ୍ରୋଜେକ୍ଟର ଶୁଭାରମ୍ଭ କରାଯିବ । ମୋଟ ୬୦୦ କୋଟି ଟଙ୍କାର ଅଟକଳ ରେ ହେବ ପୁନଃ ନିର୍ମାଣ କାର୍ଯ୍ୟ । ପ୍ରୋଜେକ୍ଟ ରିପୋର୍ଟ ମଧ୍ୟ ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ରହିଛି । ନବକଳେବର ଲାଗି ରାଜ୍ୟ ସରକାର ଓ ଓସିଏ ର ମିଳିତ ଉଦ୍ୟମରେ ହେବ ଖର୍ଚ୍ଚ ।

ଏଥି ସହିତ ପଡିଆ ଭିତରର ସୌନ୍ଦର୍ଯ୍ୟକରଣ ହେବ। ଏଥି ସହିତ ଡ୍ରେସିଂ ରୁମ, ଜିମ, ସୁଇମିଂ ପୁଲ, ଇଣ୍ଡୋର ଗେମର ବ୍ୟବସ୍ଥା ହେବ । ଏଥି ସହିତ ଷ୍ଟାଡିୟମ ବାହାରର ସୌନ୍ଦର୍ଯ୍ୟକରଣ ସହ ଅନ୍ଯାନ୍ଯ ଖେଳର ଭିତ୍ତିଭୂମି ବିକାଶ କରାଯିବ । ବାରବାଟୀ ଷ୍ଟାଡିୟମ କ୍ରିକେଟର ତଥା ଅନ୍ୟାନ୍ୟ କ୍ରୀଡା ବିଭାଗ ପାଇଁ ସର୍ବୋତ୍ତମ ସୁବିଧା ସହିତ ବିଶ୍ୱ ସ୍ତରୀୟ କ୍ରୀଡା କ୍ୟାମ୍ପସରେ ବିକଶିତ ହେବ।ଭି କେ ପଣ୍ଡିଆନଙ୍କ ସହ ବିଜେଡିର ସାଂଗଠନିକ ସଂପାଦକ ତଥା ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, ଓସିଏ ସମ୍ପାଦକ ସଂଜୟ ବେହେରା ,କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା ଷ୍ଟାଡିୟମ ବୁଲି ଦେଖିଥିଲେ ।












Click it and Unblock the Notifications