ଭି.କେ ପାଣ୍ତିଆନଙ୍କୁ ନୂଆ ଦାୟିତ୍ୱ: ମିଳିଲା କ୍ୟାବିନେଚ୍ ମନ୍ତ୍ରୀ ପ୍ୟାହା
ଭୁବନେଶ୍ୱର: ଭି.କେ ପାଣ୍ତିଆନଙ୍କୁ ନୂଆ ଦାୟିତ୍ୱ । ମିଳିଲା କ୍ୟାବିନେଚ୍ ମନ୍ତ୍ରୀ ପ୍ୟାହା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସର ପ୍ରାପ୍ତ ୨୦୦୦ ମସିହା ଆଇଏସଏସ ଶ୍ରୀ ପାଣ୍ତିଆନଙ୍କୁ ରାଜ୍ୟ ସରକରାଙ୍କ 5T ଏବଂ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ବର୍ତ୍ତମାନ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବେ । ଏନେଇ ଆଜି ସାଧାରଣ ପ୍ରଶାସନ ବଭାଗ ପକ୍ଷରୁ ବିଧିବଧ ଭାବେ ବିଜ୍ଞପ୍ତି ଜାର ହୋଇଛି ।

ଗତକାଲି ସ୍ୱେଚ୍ଛାକୃତ ଅବସର ନେଇଥିଲେ ୫ଟି ସଚିବ ଭି. କେ ପାଣ୍ଡିଆନ । ୫ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ଙ୍କୁ ଭିଆରଏସ ଅନୁମତି ମିଳିଛି । ଆଉ ଭିଆରଏସ ନେବା ପରେ ତାଙ୍କର ରାଜନୀତିରେ ପାଦ ଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା ।
ତାଙ୍କ ଅବସର ନେଇ ସାଧାରଣ ପ୍ରଶାସନ ବିଭାଗ ଏସିଏସଙ୍କୁ ଚିଠି ଲେଖିଛନ୍ତି କାର୍ମିକ ମନ୍ତ୍ରଣାଳୟ । ଜିଏ ବିଭାଗ ଏସିଏସଙ୍କୁ କାର୍ମିକ ମନ୍ତ୍ରଣାଳୟର ଅନୁସଚିବ ଚିଠି ଲେଖିଥିଲେ। ଭିଆରଏସ ନେଇ ରାଜ୍ୟ ସରକାର ଅକ୍ଟୋବର ୨୦ ତାରିଖରେ ପଠାଇଥିବା ଆବେଦନ ମଞ୍ଜୁର ହୋଇଥିବା ଜଣା ପଡ଼ିଛି । ସର୍ବଭାରତୀୟ ସେବା ଆଇନ ୧୬(୨ଏ) ଅନୁସାରେ ମଞ୍ଜୁର ହୋଇଥିବା ଜଣାପଡିଛି ।












Click it and Unblock the Notifications