ବଦଳିଲା କୋଣାର୍କ ସୂର୍ଯ୍ୟମନ୍ଦିରର ଦର୍ଶନ ସମୟ: ଜାଣନ୍ତୁ, କେତେଟାରୁ ଖୋଲା କେତେଟାରେ ବନ୍ଦ ?
ବଦଳିଲା ସୂର୍ଯ୍ୟମନ୍ଦିରର ପରିଦର୍ଶନ ସମୟ । ଆଜିଠାରୁ କୋଣାର୍କ ସୂର୍ଯ୍ୟମନ୍ଦିର ଦର୍ଶନ ସମୟ ପରିବର୍ତ୍ତନ ହୋଇଛି। ବୁଧବାରଠୁ ସଂଧ୍ୟା ୭ ଟାରୁ ସୂର୍ଯ୍ୟମନ୍ଦିର ବନ୍ଦ ରହିବ ।

କୋଣାର୍କ: ବଦଳିଲା ସୂର୍ଯ୍ୟମନ୍ଦିରର ପରିଦର୍ଶନ ସମୟ । ଆଜିଠାରୁ କୋଣାର୍କ ସୂର୍ଯ୍ୟମନ୍ଦିର ଦର୍ଶନ ସମୟ ପରିବର୍ତ୍ତନ ହୋଇଛି। ବୁଧବାରଠୁ ସଂଧ୍ୟା ୭ ଟାରୁ ସୂର୍ଯ୍ୟମନ୍ଦିର ବନ୍ଦ ରହିବ । ଏଏସ୍ଆଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଖବର ଅନୁଯାୟୀ, ମାର୍ଚ୍ଚ ୧ ତାରିଖ ଠାରୁ କୋଣାର୍କ ସୂର୍ଯ୍ୟମନ୍ଦିର ଦର୍ଶନ ସକାଳ ୬ରୁ ଖୋଲା ହୋଇ ସନ୍ଧ୍ୟା ୭ ଟାରେ ବନ୍ଦ ହେବ। ଏହି ସମୟ ଭିତରେ ପର୍ଯ୍ୟଟକ ମନ୍ଦିର ଦର୍ଶନ କରିପାରିବେ । ପୂର୍ବରୁ ସନ୍ଧ୍ୟା ୬ଟାରେ ସୂର୍ଯ୍ୟ ମନ୍ଦିର ବନ୍ଦ ହେଉଥିଲା । ଫଳରେ ଏବେ କୋଣାର୍କ ସୂର୍ଯ୍ୟ ମନ୍ଦିର ଦେଖିବାକୁ ପର୍ଯ୍ୟଟକଙ୍କୁ ଆଉ ଏକ ଘଣ୍ଟା ଅଧିକ ସମୟ ମିଳିବ । ଆସନ୍ତା ଅକ୍ଟୋବର ୩୧ ତାରିଖ ପାର୍ଯ୍ୟନ୍ତ ସୂର୍ଯ୍ୟମନ୍ଦିର ପରିଦର୍ଶନ ସମୟ ପରିବର୍ତ୍ତନ ହେଉଥିବା ଏଏସଆଇ ବିଭାଗ ସୂଚନା ଦେଇଛି ।












Click it and Unblock the Notifications