ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବିଶ୍ଵଦର୍ଶୀ ସାହୁ
ଗିରଫ ହେଲେ ବଣେଇ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ବିଶ୍ଵଦର୍ଶୀ ସାହୁ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଏହାପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ।

ସୂଚନା ଅନୁସାରେ, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ବିଶ୍ବଦର୍ଶୀ ସାହୁଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ଅଧିକାରୀଙ୍କ ସରକାରୀ ଘର ଏବଂ ବାସଭବନରେ ଚଢାଉ ବେଳେ ଆଖି ଖୋସିଲା ଭଳି ସଂପତ୍ତି ଠାବ ହୋଇଛି । ସେଥିମଧ୍ୟରେ ରହିଛି ଭୁବନେଶ୍ବରରୁ ୨ଟି ଫ୍ଲାଟ୍, ଓଲ୍ଡଟାଉନରେ ୨ ମହଲା କୋଠା, ଭୁବନେଶ୍ବର ଓ ପୁରୀରେ ୯ଟି ଦାମୀକିଆ ଫ୍ଲାଟ୍, ୧୫୦ ଗ୍ରାମ ସୁନା, ବ୍ୟାଙ୍କ ଜମା ଓ ନଗଦ ୨ଲକ୍ଷ ଟଙ୍କା ।
ସେହିପର, ଇଭୋସ୍ ଗାଲାକ୍ସିରେ ଫ୍ଲାଟ୍ ପାଇଁ ୧୫.୭୫ ଲକ୍ଷ ଟଙ୍କା ଆଡ୍ଭାନ୍ସ ଦେଇଥିଲେ ପିଏ ବାବୁ । ଗୋଟିଏ ଦାମୀ କାର ମଧ୍ୟ ରହିଛି ପିଏ ବାବୁଙ୍କର ।












Click it and Unblock the Notifications