ସମ୍ବଲପୁର ହିଂସା:୧୪ ଜିଲ୍ଲାରେ ଭିଏଚପିର ବନ୍ଦ ଡାକରା, ଦେଖିବା ପାଇଁ ମିଳୁଛି ପ୍ରଭାବ, ସମର୍ଥନ କରୁଛି ବିଜେପି

ସମ୍ବଲପୁର: ସମ୍ବଲପୁରରେ ହନୁମାନ ଜୟନ୍ତୀ ହିଂସାକାଣ୍ଡର ପ୍ରତିବାଦରେ ଆଜି ୧୪ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଶ୍ୱ ହିନ୍ଦୁ ପରିଷଦ । ସକାଳ ୬ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ସମେତ ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି । ଅନେକ ଜିଲ୍ଲାରେ ବନ୍ଦ ଡାକରାର ପ୍ରଭାବ ମଧ୍ୟ ଦେଖିବା ପାଇଁ ମିଳିଛି । ଭିଏଚପିର ହରତାଳକୁ ସମର୍ଥନ କରୁଛି ବିଜେପି ।

ବଲାଙ୍ଗିରରେ ଦେଖିବା ପାଇଁ ମିଳିଛି ହରତାଳର ପ୍ରଭାବ । ମୁଖ୍ୟ ଡାକଘରେ ତାଲା ପକାଇଲେ ଆନ୍ଦୋଳନକାରୀ । ବଲାଙ୍ଗିରରେ ସକାଳୁ ପିକେଟିଂ ସହ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି । ଆନ୍ଦୋଳନକାରୀ ବିଭିନ୍ନ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

ସେହିପରି ଭବାନୀପାଟଣାରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବା ପାଇଁ ମିଳିଛି ସହରର ବସ ଚଳାଚଳ ବନ୍ଦ ରହିଛି । ଦେବଗଡ଼ ଜିଲ୍ଲାରେ ବି ପିକେଟିଂ ଆରମ୍ଭ ହୋଇଛି ଦୋକାନ ବଜାର ବନ୍ଦ ରହିଛି । ସେପଟେ ବଣାଇ ରଜାମୁଣ୍ତା ବାଇପାସରେ NHରେ ଅଟକି ରହିଛି ଗାଡ଼ିମୋଟର ।

sambalpur_shutdown

ବନ୍ଦ ଡାକରା ଦିଆଯାଇଥିବା ୧୪ଟି ଜିଲ୍ଲା ମଧ୍ୟରେ ରହିଛି ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ତି, ନୂଆପଡ଼ା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡ଼ା ।

ସୂଚନାଥାଉ ଯେ, ଗତକାଲି ଭିଏଚପି ପଶ୍ଚିମ ପ୍ରାନ୍ତ ଶାଖା ପକ୍ଷରୁ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ କରି ସୂଚନା ଦିଆଯାଇଥିଲା ଯେ,ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରଖିବା ସହ ଚକ-ଅଖ ବନ୍ଦ ରଖିବାକୁ ବି ଆହ୍ବାନ ଦିଆଯାଇଛି । ତେବେ ଏହି ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଦେଇଛି ପୂର୍ବ ଓଡିଶା ବଜରଙ୍ଗ ଦଳ ।

ସେହିପରି ବିଶ୍ବ ହିନ୍ଦୁ ପରିଷଦର ବନ୍ଦ ଡାକରାକୁ ଭାରତୀୟ ଜନତା ପାର୍ଟି ମଧ୍ୟ ସମର୍ଥନ କରୁଥିବା ଦଳର ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଅନ୍ୟପଟେ ଆଜି ସାରା ରାଜ୍ୟରେ ଶାନ୍ତି ଶୋଭାଯାତ୍ରା କରିବ ବିଜେଡି । ସଂଧ୍ୟାରେ ରାଜ୍ୟବ୍ୟାପୀ ଶୋଭାଯାତ୍ରା କରିଯିବା ନେଇ ସୂଚନା ରହିଛି ।

ସୂଚନାଯୋଗ୍ୟ, ସମ୍ବଲପୁରରେ ହିନ୍ଦୁମାନଙ୍କ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରେ ପଥରମାଡ଼ ଆକ୍ରମଣ ହୋଇଥିଲା। ଏହି ଘଟଣା ପରେ ଗତ ଗୁରୁବାର ଠାରୁ ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ପ୍ରଶାସନ ଜିଲ୍ଲାର ସୀମା (ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ ଓ ସୁବର୍ଣ୍ଣପୁରକୁ ଲାଗିଥିବା ଅଞ୍ଚଳ)କୁ ସିଲ କରିଦେଇଛି । ସମ୍ବଲପୁର ସହରରେ କର୍ଫ୍ୟୁ ଲାଗୁ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+