ବିଜେଡି ଓ କଂଗ୍ରେସକୁ କଡ଼ା ସମାଲୋଚନା କଲେ ବିଷ୍ଣୁଦେବ ସାଏ,କହିଲେ ୨୪ ବର୍ଷ ଶାସନରେ ନବୀନ ବାବୁ ଓଡ଼ିଆ ଶିଖିପାରିଲେନି
ବିଜେଡି ୨୪ବର୍ଷ ଓ କଂଗ୍ରେସ ୫୦ ବର୍ଷ ଶାସନ କରିବି ଉଭୟ ଓଡିଶାବାସୀଙ୍କ ଭରଷା ହରାଇଛନ୍ତି । ନବୀନ ପଟ୍ଟନାୟକ ୨୪ ବର୍ଷ ଶାସନ କଲେ କିନ୍ତୁ ଓଡିଆ କହିପାରିଲେନାହିଁ । କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଥିବାବେଳେ ରାଉଲକେଲାରେ ଅନୁଷ୍ଠିତ ଏକ ସଭାରେ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ, କିନ୍ତୁ ସେତେବେଳର ମୁଖ୍ୟମନ୍ତ୍ରୀ ନିଜ ମାତୃଭାଷା ଓଡିଆରେ ଠିକ୍ ରେ ଦୁଇ ଧାଡିରେ କହିପାରିଲେନାହିଁ । ଯାହା ଲେଖିକି ଆଣିଥିଲେ, ତାକୁ ବହୁ କଷ୍ଟରେ ପଢିଥିଲେ ନବୀନ ବାବୁ ।

ଯିଏ ଓଡିଆ କହିପାରିଲେନି କି ଶିଖିପାରିଲେନି ସେ କଣ ଓଡିଶାବାସୀଙ୍କ କଥା ବୁଝିବେ ? ଶେଷ ନିଶ୍ୱାସ ଥିବା ଯାଏ ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ବିଜେଡି ପାଇଁ କାର୍ଯ୍ୟ କଲେ, କିନ୍ତୁ ନିଜ ଦଳର ସହଯୋଗୀଙ୍କ ସୁଖଃ ଦୁଃଖର ସାଥୀ ହୋଇପାରିଲେ ନାହିଁ ନବୀନ ପଟ୍ଟନାୟକ । ଏପରିକି ସ୍ୱର୍ଗତଃ ଢୋଲକିଆଙ୍କ ଶେଷ ସମୟରେ ତାଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଚିନ୍ତା ମଧ୍ୟ କଲେ ନାହିଁ । ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି ଛତିଶଗଡର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଏ କହିଛନ୍ତି ।
ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କ ପାଇଁ ନୂଆପଡା ବ୍ଲକ ଅନ୍ତର୍ଗତ ପଂଚମପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଶ୍ରୀ ସାଏ କହିଛନ୍ତି ଯେ, କଂଗ୍ରେସ ପରିବାରବାଦକୁ ଛାଡି ପାରିନି । ଦୀର୍ଘ ୫୦ ବର୍ଷର ନିଜ ଶାସନ ସମୟରେ କଂଗ୍ରେସ ଦଳ ଓଡିଶାକୁ ଅବହେଳା କରିବା ସହିତ ଲୁଟିଦେଇଛି । ଉଭୟ ବିଜେଡି - କଂଗ୍ରେସ ଦଳ ପାରିବାରିକ ଦଳ । କଂଗ୍ରେସ ଓ ବିଜେଡି ଦଳ କେବଳ ଭୋଟ ପାଇଁ ଓଡିଶାବାସୀଙ୍କୁ ବ୍ୟବହାର କରିଛି । ବର୍ତମାନ ଉଭୟ ବିଜେଡି ଓ କଂଗ୍ରେସ ଦଳ ଓଡିଶାବାସୀଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ ହୋଇସାରିଛନ୍ତି । 'ବିଜେପିର ଅନ୍ୟ ନାମ ବିକାଶ' କୁ ନୂଆପଡାବାସୀ ହୃଦବୋଧ କରିସାରିଛନ୍ତି ।
ଏଥର ବିପୁଳ ସଂଖ୍ୟାରେ ପଦ୍ମ ଚିହ୍ନରେ ଭୋଟ ଦେଇ ବିଜେପି ପ୍ରାର୍ଥୀ ଯୁବ ଚେହେରା ଶ୍ରୀ ଜୟ ଢୋଲକିଆଙ୍କୁ ବିଜୟୀ କରିବେ ବୋଲି ଶ୍ରୀ ସାଏ ଦୃଢୋକ୍ତି ପ୍ରକାଶ କରିଛନ୍ତି । ବିଜେପି ବିଶ୍ୱର ସବୁଠାରୁ ବଡ ରାଜନୈତିକ ଦଳ । ଏହି ଦଳରେ ଲୋକତନ୍ତ୍ର, ନିୟତ, ନୀତି, ସିଦ୍ଧାନ୍ତ, ବିଚାରଧାର ରହିଛି । କଂଗ୍ରେସ ଦଳ ଭଳି ବିଜେପିରେ ପରିବାରବାଦ ନାହିଁ । ମୋ ଭଳି ଜଣେ ସାମାନ୍ୟ ଚାଷୀ ପରିବାରରୁ ଆସିଥିବା ସାଧାରଣ ଲୋକଟି ୩ ଥର ବିଧାୟକ, ୪ ଥର ସାଂସଦ, ୩ ଥର ରାଜ୍ୟ ସଭାପତି ଏବଂ ମୋଦି ସରକାରର ପ୍ରଥମ ପାଳିରେ କେନ୍ଦ୍ରମନ୍ତ୍ରୀ ହୋଇଛି ବୋଲି ଶ୍ରୀ ସାଏ କହିଛନ୍ତି ।
ଜଣେ ଗରୀବ ହିଁ ଅନ୍ୟ ଜଣେ ଗରୀବର ଦୁଃଖକୁ ବୁଝିଥାଏ । ସାମାନ୍ୟ ଓ ଗରୀବ ପରିବାରରୁ ଆସିଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଶାସନକୁ ଆସିବା ପରେ "ମୋ ସରକାର ଗରୀବଙ୍କ ପାଇଁ ସମର୍ପିତ" ବୋଲି କହିଥିଲେ ଏବଂ ପ୍ରଥମ ଦିନରୁ ଗରୀବଙ୍କ କଲ୍ୟାଣ ଓ ଉଥାନ ପାଇଁ ଅନେକ କଲ୍ୟାଣକାରୀ ଯୋଜନାର ସଫଳ କ୍ରିୟାନ୍ୱୟନ କରିଛନ୍ତି । ଶୈାଚାଳୟ, ପକ୍କାଘର, ମାଗଣା ରାସନ, ବିଜୁଳି ଭଳି ମୈାଳିକ ସମସ୍ୟାର ସମାଧାନ କରିପାରିଛନ୍ତି । ଆଦିବାସୀଙ୍କୁ ସମ୍ମାନ ଦେବା ସହିତ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି । ଆଦିବାସୀ ଓଡିଆ ଝିଅ ଶ୍ରୀମତୀ ଦ୍ରୈାପଦୀ ମୁର୍ମୁ ଆଜି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଛନ୍ତି ।
ଭାରତୀୟ ଜନତା ପାର୍ଟିରେ ଜୟ ଢୋଲକିଆ ଆସିଛନ୍ତି ଆପଣଙ୍କ ସେବା କରିବା ପାଇଁ । ବିଧାୟକ ହେବା ପରେ କେନ୍ଦ୍ର ଓ ରାଜ୍ୟରୁ ପଇସା ଆଣି ଜୟ ଢୋଲକିଆ ନୂଆପଡା ଏବଂ ଅଂଚଳବାସୀଙ୍କ ସାମଗ୍ରିକ ବିକାଶ କରିବେ ବୋଲି ଶ୍ରୀ ସାଏ କହିଛନ୍ତି । ଏହି ବିଶାଳ ବିଜୟ ସଂକଳ୍ପ ସମାବେଶରେ ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆ, ସ୍ୱର୍ଗତଃ ରାଜୁ ଢୋଲକିଆଙ୍କ ଧର୍ମପତ୍ନୀ ଶ୍ରୀମତୀ କଳ୍ପନା ଢୋଲକିଆ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି.ସିଂହଦେଓ, ସାଂସଦ ଶ୍ରୀମତୀ ମାଳବିକା ଦେବୀ, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂହ ତୋମାର, ସହ ପ୍ରଭାରୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ସୁଶ୍ରୀ ଲତା ଉସେଣ୍ଡି, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଓ ସମୀର ମହାନ୍ତି, ରାୟପୁର ବିଧାୟକ ପୁରନ୍ଦର ମିଶ୍ରଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।
-
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
ଖଡଗେଙ୍କୁ ପ୍ରଶଂସା କଲେ ମୋଦୀ, କହିଲେ ତାଙ୍କ ପାଖରୁ...... -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ବିଜେଡିର ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍












Click it and Unblock the Notifications