ହଜିଗଲା ମାନବିକତା: ଭୂତାଣୁ ଭୟରେ ଯୁବକଙ୍କ ମୃତଦେହକୁ ବି ମଶାଣିରେ ମିଳିଲାନି ଜାଗା
ଭେଣ୍ଡିଆ ପୁଅର ମୃତଦେହ ଦାହ କରିବାକୁ ମା ଆକୁଳ ନିବେଦନ କରୁଥିଲେ ବି କେହି ଶୁଣିନଥିଲେ କଥା। ସାଇ-ଭାଇ ତ ଦୂରର କଥା ନିଜ ଜ୍ଞାତି କୁଟୁମ୍ବ ବି ପାଖ ଛାଡିଦେଲେ ।
ଭୁବନେଶ୍ବର: ସଂକ୍ରମଣଠୁ ସାଙ୍ଘାତିକ୍ ହେଲାଣି ମଣିଷ ମନରେ ଭୟ । ଭୂତାଣୁ ଭୟ ଏପରି ଗ୍ରାସିଲାଣି ଯେ, ମନିଷ ନିଜ ମାନବିକତାକୁ ମଧ୍ୟ ଭୂଲିଯାଉଛି । ଏପରି ଏକ ଲଜ୍ଜା ଜନକ ଦୃଶ୍ୟ ଦେଖିବାକୁ ମିଳିଛି ଚିଲିକା ବ୍ଲକ ସରଳ ସିଂ ଗ୍ରାମରେ । ଭେଣ୍ଡିଆ ପୁଅର ମୃତଦେହ ଦାହ କରିବାକୁ ମା ଆକୁଳ ନିବେଦନ କରୁଥିଲେ ବି କେହି ଶୁଣିନଥିଲେ କଥା। ସାଇ-ଭାଇ ତ ଦୂରର କଥା ନିଜ ଜ୍ଞାତି କୁଟୁମ୍ବ ବି ପାଖ ଛାଡିଦେଲେ ।

ଚିଲିକା ବ୍ଲକ ସରଳ ସିଂ ଗ୍ରାମର ଦିବାକର ବାରିକ ଶ୍ୱାସ ଜନିତ ରୋଗରେ ପୀଡିତ ହୋଇ ଗତକାଲି ସଂଧ୍ୟ୍ୟାରେ ବାଲୁଗାଁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ହେଲେ କରୋନା ଆକ୍ରାନ୍ତ ସନ୍ଦେହ କରି ମୃତଦେହକୁ କେହି ଛୁଇଁନଥିବା ବେଳେ ଦୂରେଇ ଯାଇଥିଲେ ପରିବାର ଲୋକେ। ଏଭଳି ପରିସ୍ଥିତିରେ ନିଜ ପୁଅର ଶବସତ୍କାର ପାଇଁ କାନ୍ଦି କାନ୍ଦି ସମସ୍ତଙ୍କୁ ନେହୁରା ହେଉଥିଲେ ବୃଦ୍ଧା ମାଆ । ହେଲେ ମାର କାନ୍ଦ କାହାର ବି କାନରେ ପଡୁ ନଥିଲା ।
ଏଭଳି ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଖବର ପାଇ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପରେ କୋଭିଡ୍ ଗାଇଡଲାଇନ ଅନୁସାରେ ନାଭାଲ ଫାଣ୍ଡି ନିକଟ ଆଖୁଆ ପୋଖରୀ ଶ୍ମଶାନରେ ଶବ ଦାହ କରାଯାଇଥିଲା । ତାଙ୍କ ସହ ଏହି କାର୍ଯ୍ୟରେ ବାଲୁଗାଁ ଆଇଆଇସି ରଵିନ୍ଦ୍ର କୁମାର ମହାଳିକ, ସ୍ୱେଛାସେବୀ ଜୀନା ପଣ୍ଡା, ମେଡିକାଲ ଆଟେଣ୍ଡାଣ୍ଟ ଦିଲିପ ବେହେରା ପ୍ରମୁଖ ସହଯୋଗ କରିଥିଲେ।












Click it and Unblock the Notifications