ଛେଳି ପାଇଁ କାଟିଲେ ଟ୍ରେନ ଟିକେଟ : ଭିଡ଼ିଓ ଭାଇରାଲ, ମନ ଜିଣିଲେ ମହିଳା
ଛେଳି ପାଇଁ ଟ୍ରେନ ଟିକେଟ କିଣି ଚର୍ଚ୍ଚାରେ ମହିଳା । ଭିଡିଓ ହେଲା ଭାଇରାଲ । ନିଜ ଛେଳି ପାଇଁ ଟିକେଟ କରି ଚର୍ଚ୍ଚାରେ ମହିଳା । ଛେଳି ପାଇଁ ଟ୍ରେନ ଟିକେଟ କିଣି ଚର୍ଚ୍ଚାରେ ମହିଳା। ଭିଡିଓ ଭାଇରାଲ ହେବା ପରେ ଲୋକଙ୍କ ମନ କିଣିଲା ମହିଳାଙ୍କ ସଚ୍ଚୋଟ ପଣିଆ ।
ଟ୍ରେନେର ଯାତ୍ରା କରୁଥିବା ଜଣେ ମହିଳା ନିଜର ଛେଳିପାଇଁ ମଧ୍ୟ ଟିକେଟ କରିଥିଲେ । ଟିଟିଆଇ ଟିକେଟ କଥା ପଚାରିବାରୁ ସେ ଖୁସିରେ କହିଥିଲେ, ସେ ତାଙ୍କ ଛେଳିମାନଙ୍କ ପାଇଁ ମଧ୍ୟ ଟିକେଟ କରିଛନ୍ତି । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ତେବେ ଟିକେଟ ଚେକ କରିବା ବେଳେ ଟିଟିଆଇ ତାଙ୍କ ପାଖରେ ଥିବା ଛେଳି ଦେଖି ତାଙ୍କ ପାଇଁ ଟିକେଟ କରିଛ କି ନାଇଁ ବୋଲି ପଚାରିଥିଲେ । ଉତ୍ତରରେ ମହିଳା ହସିହସି ଖୁସିରେ ହଁ କହିଥିଲେ । ଟିଟିଆଇ ମଧ୍ୟ ଖୁସିରେ ହସିଥିଲେ । ଏହି ଭିଡିଓକୁ ଆୱାନିଶ ସରନ ତାଙ୍କ ଆକାଉଣ୍ଟରେ ଶେୟାର କରିଥିଲେ ।

ଏକ୍ସ (ଟୁଇଟ) ରେ ଭିଡିଓ ପୋଷ୍ଟ କରି ଆଇଏଏସ୍ ଅୱନିଶ ଲେଖିଛନ୍ତି ଯେ, "ସେ ତାଙ୍କ ଛେଳି ପାଇଁ ଟ୍ରେନ୍ ଟିକେଟ୍ କିଣିଥିଲେ ଏବଂ ଟିଟିଆଇ ପଚାରିବାରୁ ଛେଳି ପାଇଁ ଟିକେଟ କରିଥିବା କଥା କହିଥିଲେ ।
ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଲୋକେ ମହିଳାଙ୍କ ମନ କିଣିନେବା ଭଳି ହସ ଏବଂ ତାଙ୍କ କାମକୁ ପ୍ରଶଂସା କରିବାରେ ଲାଗିଛନ୍ତି ।
She bought train ticket for her goat as well and proudly tells this to the TTE.
Look at her smile. Awesome.❤️ pic.twitter.com/gqFqOAdheq
— Awanish Sharan 🇮🇳 (@AwanishSharan) September 6, 2023
ଘଟଣାଟି ପଶ୍ଚିମବଙ୍ଗରେ ଘଟିଥିବା ବେଳେ ମହିଳାଜଣକ ନିଜ ଛେଳିକୁ ନେଇ ଟ୍ରେନରେ ଯାତ୍ରା କରୁଥିଲେ। ଯେତେବେଳେ ଟିଟିଆଇ ଟିକେଟ ଚେକ୍ କରିବା ପାଇଁ ଆସିଥିଲେ, ସେତେବେଳେ ସେ ଟିକେଟ ଦେଖାଇଥିଲେ। ତାଙ୍କ ଛେଳି ପାଇଁ ବି ମହିଳାଜଣକ ଟିକେଟ କାଟିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଟିଟିଇ।
ଏବେ ଏହି ସମୟର ଭିଡିଓ ଭାଇରାଲ ହେବା ପରେ ମହିଳାଙ୍କ ମନ କିଣିନେବା ଭଳି ହସ ଏବଂ ତାଙ୍କ ସଚ୍ଚୋଟତା ସମସ୍ତଙ୍କୁ ଭାବବିହ୍ବଳ କରିଛି ।












Click it and Unblock the Notifications