Get Updates
Get notified of breaking news, exclusive insights, and must-see stories!

ଶ୍ରୀମନ୍ଦିର ଉପରେ ତ୍ରିରଙ୍ଗା ଉଡାଇଲା ଭାରତୀୟ ତଟରକ୍ଷୀ ବାହିନୀ ହେଲିକ୍ୟାପ୍ଟର

ଆଜାଦି କି ଅମୃତ ମହତ୍ସୋବ ଅଧୀନରେ ସମଗ୍ର ଦେଶରେ ପାଳିତ ହେଉଛି ‘ହର ଘର ତ୍ରିରଙ୍ଗା' ମିଶନ। ତେବେ ଏହି ଅଭିଯାନରେ ଆଜି ପୁରୀରେ ଶ୍ରୀମନ୍ଦିର ଉପରେ ତ୍ରିରଙ୍ଗା ଖଜିତ ହେଲିକପ୍ଟର ଉଡାଇଛି ଭାରତୀୟ ତଟରକ୍ଷୀ ବାହିନୀ ।

ପୁରୀ: ଚଳିତ ଥର ଦେଶ ସ୍ବାଧୀନତାର ୭୫ ବର୍ଷ ପୂରଣ କରିବାକୁ ଯାଉଛି । ଆଜାଦି କି ଅମୃତ ମହତ୍ସୋବ ଅଧୀନରେ ସମଗ୍ର ଦେଶରେ ପାଳିତ ହେଉଛି 'ହର ଘର ତ୍ରିରଙ୍ଗା' ମିଶନ। ତେବେ ଏହି ଅଭିଯାନରେ ଆଜି ପୁରୀରେ ଶ୍ରୀମନ୍ଦିର ଉପରେ ତ୍ରିରଙ୍ଗା ଖଜିତ ହେଲିକପ୍ଟର ଉଡାଇଛି ଭାରତୀୟ ତଟରକ୍ଷୀ ବାହିନୀ । ତଟରକ୍ଷୀ ବାହିନୀର ଧ୍ରୁବ ହେଲିକପ୍ଟରରେ ଏକ ବିଶାଳ ତ୍ରିରଙ୍ଗା ଲଗାଯାଇଥିବା ବେଳେ ଏହା ପୁରୀ ସହର ଉପରେ ଉଡାଣ ଭରିଥିବା ଦେଖିବାକୁ ମିଳିଛି ।

puri

ଏହି ଅବସରରେ ହରଘର ତ୍ରିରଙ୍ଗା ମିଶନରେ ସ୍ବାଧୀନତା ଦିବସ ପାଳନର ଦୁଇ ଦିନ ପୂର୍ବରୁ ପ୍ରତ୍ୟେକ ସର୍ବସାଧାରଣ ସ୍ଥାନ ଓ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ଅହ୍ବାନ ଦେଇଛି କେନ୍ଦ୍ର ସରକାର ।

ସ୍ବାଧୀନତାର 75 ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କ ମଧ୍ୟରେ ଦେଶପ୍ରେମ ସୃଷ୍ଟି କରିବା ଏହି ନୂତନ ମିଶନର ମୁଖ୍ୟ ଉଦ୍ଦେଶ୍ୟ । ପ୍ରାୟ 2 କୋଟି ବ୍ୟୟରେ ତ୍ରିରଙ୍ଗା ପ୍ରସ୍ତୁତ କରାଯିବ। ଏଥିପାଇଁ ସରକାରୀ ସ୍ତରରେ ବିଭିନ୍ନ ସରକାରୀ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+