ଭସାଣ ଶୋଭାଯାତ୍ରାରେ ଗଣ୍ଡଗୋଳ ଘଟଣା ; ଆସନ୍ତାକାଲି ବିଶ୍ୱ ହିନ୍ଦୁ ପରିଷଦର କଟକ ବନ୍ଦ ଡାକରା

କଟକ ଦରଘା ବଜାରରେ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଆସନ୍ତାକାଲି କଟକ ବନ୍ଦ ଡାକରା ଦେଲା ବିଶ୍ଵ ହିନ୍ଦୁ ପରିଷଦ । ପୋଲିସ ଓ ଜିଲ୍ଲା ପ୍ରଶାସନର ବିଫଳତାକୁ ଦାୟୀ କରାଯାଇଛି । ଏହାସହ କଟକ ଜିଲ୍ଲାପାଳ ଓ ଡିସିପିଙ୍କ ବଦଳି ଦାବି କରାଯାଇଛି ।

Cuttack

ସୂଚନାଯୋଗ୍ୟ ଯେ, କଟକରେ ଭସାଣ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଦରଘା ବଜାର ସ୍ଥିତ ହାତୀପୋଖରୀ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ କାରଣରୁ ୬ ଗୁରୁତର ହୋଇଛନ୍ତି । ଦଶହରା ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ହାତୀପୋଖରୀ ନିକଟରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି । ଗୀତ ବଜାଇବାକୁ ବିରୋଧ କରି କାଚ ଓ ପଥର ମାଡ କରାଯାଇଥିବା ସୂଚନା ରହିଛି । ଏହି ଗୋଷ୍ଠୀ ସଂଘର୍ଷ କାରଣରୁ ୬ ଗୁରୁତର ହୋଇଛନ୍ତି । କାଚ ଓ ପଥର ମାଡରେ କଟକ ଡିସିପି ରିଷିକେଶ ଖିଲାରୀ ମଧ୍ୟ ଆହତ ହୋଇଥିବା ସୂଚନା ରହିଛି ।

ଝାଞ୍ଜିରୀମଙ୍ଗଳା ଭାଗବତ ପୂଜା କମିଟି ମେଢ଼ ଅଟକି ରହିଥିବା ବେଳେ ରାଉସାପାଟଣା ଦୁର୍ଗାକାଳୀ ମେଢ଼ ତା'କୁ ଅତିକ୍ରମ କରି ଆଗକୁ ଯାଇଥିଲା । ରାଉସାପାଟଣା ମେଢ଼ ଦରଘାବଜାର ଥାନା ଅତିକ୍ରମ କରୁଥିବା ସମୟରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ମେଢ଼ ଶୋଭାଯାତ୍ରାରେ ଯାଉଥିବା ଯୁବକଙ୍କୁ ଆକ୍ରମଣ କରିଥିଲେ। ସୁରକ୍ଷା ପାଇଁ ରାପିଡ଼ ଆକ୍ସନ ଫୋର୍ସ ଓ ସିଆରପିଏଫ ଫୋର୍ସ ମୁତୟନ ହୋଇଥିଲେ ।

ଏହି ଘଟଣାକୁ ନେଇ ଅତିରିକ୍ତ ସିପି ନରସିଂହ ଭୋଳ କହିଥିଲେ, ପୋଲିସ, ଶାନ୍ତି କମିଟି ଓ ପୂଜା କମିଟି ଗୁଡିକର ସହଯୋଗ ପାଇଁ ଏକ ବଡ଼ ଅଘଟଣ ଏଡାଇ ଦିଆଯାଇ ପାରିଛି । ଏଭଳି ଘଟଣାରେ ଯେଉଁ ମାନଙ୍କର ସମ୍ପୃକ୍ତି ରହିଛି ସେମାନଙ୍କୁ ଚିହ୍ନଟ କରାଯାଇଛି । ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍ଥିତି ଏବେ ସ୍ବାଭାବିକ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+