ବାଂଲାଦେଶରେ ହିଂସା, ଓଡ଼ିଶାର ତିନି ଜିଲ୍ଲାରେ ହାଇ ଆଲର୍ଟ ଜାରି

ବାଂଲାଦେଶରେ ଦିନଙ୍କୁ ଦିନ ରାଜନୈତିକ ଅସ୍ଥିରତା ବଢ଼ିବାରେ ଲାଗିଛି । ଯାହା ପାଇଁ ପୁରା ବାଂଲାଦେଶରେ ଅଶାନ୍ତ ରହିଥିଲା ବେଳେ ସେଠାରୁ ଲୋକେ ଦେଶଛାଡ଼ି ଅନ୍ୟତ୍ର ଯିବାକୁ ଉଦ୍ୟମ କରୁଛନ୍ତି। ଭାରତ ସବୁଠାରୁ ନିକଟବର୍ତୀ ସୁରକ୍ଷିତ ସ୍ଥାନ ହୋଇଥବାରୁ ସମସ୍ତେ ଭାରତ ଆସିବାକୁ ଚେଷ୍ଟା ଚଳାଇଛନ୍ତି। ଗତ ଦୁଇ ଦିନ ମଧ୍ୟରେ ଦୁଇ ଦେଶର ସୀମାର ଅନେକ ସ୍ଥାନରେ ଅନେକ ଅନୁପ୍ରବେଶ ରୋକିଲାଣି ସେନା।

Bangladesh violence

ଏହି କ୍ରମରେ ଓଡ଼ିଶାରେ ବିଶାଳ ସମୁଦ୍ର ତଟ ରହିଛି। ବୋଟ୍‌ ଯୋଗେ ବାଂଲାଦେଶୀମାନେ ଆସିବା ସମ୍ଭାବନା ଥିବାରୁ ପୋଲିସ ସତର୍କ ହୋଇଯାଇଛି। ଏଥିପାଇଁ ପାଟ୍ରୋଲିଂ ବଢ଼ାଇବାକୁ ୧୮ଟି ସାମୁଦ୍ରିକ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ାକୁ ବିଶେଷ ଭାବେ ଆଲର୍ଟ କରାଯାଇଛି।

ସମୁଦ୍ରରେ ୫ ନଟିକାଲ ମାଇଲ୍‌ ପର୍ଯ୍ୟନ୍ତ ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ବେଳେ ସବୁ ସାମୁଦ୍ରିକ ଥାନାକୁ ଅଧିକ ଷ୍ଟାଫ୍‌ ଓ ସହଯୋଗ ଯୋଗାଇ ଦିଆଯାଇଛି। ଏଥିପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ହୋଇଥିବା ବେଳେ କଡ଼ା ନଜର ରଖାଯାଇଛି ବୋଲି ଡିଜିପି ଅରୁଣ ଷଡ଼ଙ୍ଗୀ କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+