ବ୍ରହ୍ମପୁର ମେଡିକାଲରେ ମାରପିଟ୍: ଧସ୍ତାଧସ୍ତି ହେଲେ ହାଉସ୍ ସର୍ଜନ ଓ ନର୍ସ
ରଣକ୍ଷେତ୍ର ପାଲଟିଲା ଏମକେସିଜି ମେଡ଼ିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍। ସୁପରିଣ୍ଟେଣ୍ଡେଣ୍ଟଙ୍କ ସମ୍ମୁଖରେ ହାତାହାତି ହେଲେ ହାଉସ୍ ସର୍ଜନ ଡାକ୍ତର ଓ ନର୍ସ ।
ବ୍ରହ୍ମପୁର: ରଣକ୍ଷେତ୍ର ପାଲଟିଲା ଏମକେସିଜି ମେଡ଼ିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍। ସୁପରିଣ୍ଟେଣ୍ଡେଣ୍ଟଙ୍କ ସମ୍ମୁଖରେ ହାତାହାତି ହେଲେ ହାଉସ୍ ସର୍ଜନ ଡାକ୍ତର ଓ ନର୍ସ । ଠେଲାପେଲା ଓ ଟଣାଓଟରେ ଉଭୟ ପକ୍ଷରୁ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଏହିଭଳି ଅଭାବନୀୟ ପରିସ୍ଥିତିି ଉପୁଜିଲା ପରେ ସ୍ବାସ୍ଥ୍ୟକର୍ମୀଙ୍କ କାର୍ଯ୍ୟବନ୍ଦ ଯୋଗୁ ରୋଗୀ ସେବା ବ୍ୟାହତ ହୋଇଛି ।

ସୂଚନାଯୋଗ୍ୟ, ଗୁରୁବାର ରାତିରେ ଏମ୍କେସିଜି ମେଡ଼ିକାଲ୍ର ଆଶୁବିଭାଗରେ ଜଣେ ରୋଗୀଙ୍କ ଚିକିତ୍ସାକୁ ନେଇ ଜଣେ କନିଷ୍ଠ ଡାକ୍ତର ଓନର୍ସଙ୍କ ମଧ୍ୟରେ ବଚସା ହୋଇଥିଲା। ଡାକ୍ତରଙ୍କ ପରାମର୍ଶକୁ ନର୍ସ ଅଣଦେଖା କରିବାରୁ ସେଠାରେ ବିବାଦ ସୃଷ୍ଟି ହୋଇଥିଲା। ଏହି ଘଟରାରେ ଆଜି ପୂର୍ବାହ୍ନରେ ହାଉସ୍ ସର୍ଜନ ଡାକ୍ତର ଓ ନର୍ସମାନେ ପୃଥକ୍ ପୃଥକ୍ ଭାବେ ମେଡ଼ିକାଲ୍ ସୁପରିଟେଣ୍ଡେଟ୍ ଙ୍କୁ ଭେଟି ଅଭିଯୋଗ କରିବାକୁ ଆସିଥିଲେ।
ହେଲେ ଅଭିଯୋଗ କରିବା ପୂର୍ବରୁ ମେଡ଼ିକାଲ୍ ସୁପରିଟେଣ୍ଡେଟ୍ ଙ୍କ ଅଫିସ୍ ଆଗରେ ଉଭୟ ମୁହାଁମୁହିଁ ହୋଇଥିଲେ। କେହି କାହାକୁ ଛାଡ଼ିବା ମୁଡ୍ରେ ନଥିଲେ। ଉଭୟଙ୍କ ଭିତରେ ଠେଲାପେଲା ଓ ଟଣା ଓଟରା ହୋଇଥିଲା। ଏକ ପ୍ରକାର ରଣକ୍ଷେତ୍ର ପାଲଟି ଯାଇଥିଲା ମେଡ଼ିକାଲ୍ ସୁପରିଟେଣ୍ଡେଟ୍ ଙ୍କ ଅଫିସ୍ ସମ୍ମୁଖ। ଏଥିରେ ଉଭୟ ପକ୍ଷରୁ ଦୁଇ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ ମେଡ଼ିକାଲ୍ ସୁପରିଟେଣ୍ଡେଟ୍ ଙ୍କ ଅଫିସ୍ରେ ପହଞ୍ଚିଛି ବୈଦ୍ୟନାଥପୁର ଥାନା ପୁଲିସ୍। ଉଭୟ ପକ୍ଷଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା। ହେଲେ ଶୁଣିବା ମୁଡ୍ରେ ନଥିଲେ। ଏବେ ମଧ୍ୟ ଉତ୍ତେଜନା ଲାଗି ରହିଛି।












Click it and Unblock the Notifications