ପୁଣି ନେପାଳରେ ହିଂସା, ସିଲ ହେଲା ଭାରତ ସୀମା

ଭାରତ ସୀମାବର୍ତ୍ତୀ ନେପାଳର କିଛି ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଛି। ନେପାଳର ପାର୍ସା ଜିଲ୍ଲାର ବୀରଗଞ୍ଜ ସହରରେ ଧାର୍ମିକ ବିଷୟବସ୍ତୁ ଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିକ୍ଷୋଭ ଆରମ୍ଭ ହୋଇଥିଲା। କିଛି ଲୋକ ଏକ ମସଜିଦ ଭଙ୍ଗାରୁଜା କରିବା ପରେ ପରିସ୍ଥିତି ଆହୁରି ବିଗିଡ଼ି ଯାଇଥିଲା। ଏହି ବିକ୍ଷୋଭ ଖୁବ୍ ଶୀଘ୍ର ହିଂସାତ୍ମକ ରୂପ ନେଇଥିବା ବେଳେ ଜିଲ୍ଲା ପ୍ରଶାସନ ବୀରଗଞ୍ଜ ସହରରେ କର୍ଫ୍ୟୁ ଲାଗୁ କରିଛି। ପରିସ୍ଥିତି ବିଗିଡ଼ିବା କାରଣରୁ ନେପାଳରେ କାର୍ଯ୍ୟରତ ଅନେକ ଭାରତୀୟ ପ୍ରବାସୀ ଘରକୁ ଫେରିବା ଆରମ୍ଭ କରିଛନ୍ତି। ସୁରକ୍ଷା ପରିସ୍ଥିତି ଦୃଷ୍ଟିରୁ ଜରୁରୀକାଳୀନ ସେବାକୁ ବାଦ୍ ଦେଇ ଭାରତ ଏହାର ସୀମାକୁ ସମ୍ପୂର୍ଣ୍ଣ ସିଲ୍ କରି ସମସ୍ତ ସୀମାପାର ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇଛି।

India border sealed

ସୂଚନାଯୋଗ୍ୟ, ଧନୁଷା ଜିଲ୍ଲାର କମଳା ମ୍ୟୁନିସିପାଲିଟିର ଦୁଇ ଜଣ ମୁସଲମାନ ହାଇଦର ଅନସାରୀ ଓ ଅମାନତ ଅନସାରୀ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିବା ପରେ ନେପାଳରେ ଉତ୍ତେଜନା ଆରମ୍ଭ ହୋଇଥିଲା। ଏହି ଭିଡିଓ ଖୁବ୍ ଶୀଘ୍ର ଧନୁଷା ଓ ପାର୍ସା ଜିଲ୍ଲାରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିଥିଲା। ସ୍ଥାନୀୟ ଲୋକମାନେ ଏହି ଭିଡିଓରୁ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ପ୍ରତି ବିପଦ ସୃଷ୍ଟି ହୋଇଥିବା କହି ଦୁଇ ଜଣଙ୍କୁ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ। କିନ୍ତୁ ଏହାର କିଛି ସମୟ ପରେ, କମଲାର ସାଖୁୱା ମାରାନ୍ ଅଞ୍ଚଳରେ ଏକ ମସଜିଦକୁ ଭଙ୍ଗାରୁଜା କରାଯାଇଥିଲା, ଯାହା ସାମ୍ପ୍ରଦାୟିକ ଉତ୍ତେଜନାକୁ ଗଭୀର କରିଥିଲା। ବିକ୍ଷୋଭ ସମୟରେ ହିନ୍ଦୁ ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଦେବତାଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦିଆଯାଇଛି, ଯାହା ପରିସ୍ଥିତିକୁ ଆହୁରି ଖରାପ କରିଛି।

ବିକ୍ଷୋଭକାରୀମାନେ ପୁଲିସ କର୍ମଚାରୀଙ୍କ ଉପରକୁ ପଥର ଫିଙ୍ଗିବା ଏବଂ ସ୍ଥାନୀୟ ପୁଲିସ ଷ୍ଟେସନରେ ଭଙ୍ଗାରୁଜା କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ବୀରଗଞ୍ଜ ଓ ଏହାର ଆଖପାଖ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ବାତାବରଣକୁ ଦୃଷ୍ଟିରେ ରଖି ଭାରତ-ନେପାଳ ସୀମାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସଶସ୍ତ୍ର ସୀମା ବଳ (ଏସ୍ଏସ୍‌ବି) ସୀମାକୁ ସମ୍ପୂର୍ଣ୍ଣ ସିଲ୍ କରିଛି। ସୀମାରେ ଏକ ଡଗ୍ ସ୍କ୍ୱାଡ୍‌ ଟିମ୍ ମଧ୍ୟ ମୁତୟନ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+