ଭିମସାରରେ ବ୍ଲାକଫଙ୍ଗସ ରୋଗୀଙ୍କ ପାଇଁ ଅତିରିକ୍ତ 30 ବେଡ୍
ଭିମସାରରେ ବ୍ଲାକଫଙ୍ଗସ ରୋଗୀଙ୍କ ଚିକିତ୍ସା ପାଇଁ ଅତିରିକ୍ତ 30 ବେଡ୍ ସଂରକ୍ଷଣ କରାଯାଇଛି ।
ଭୁବନେଶ୍ୱର : ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (VIMSAR) ର କର୍ତ୍ତୃପକ୍ଷ ମୁର୍କୋମାଇକୋସିସ୍ (ବ୍ଲାକ୍ ଫଙ୍ଗସ୍) ରୋଗୀଙ୍କ ଚିକିତ୍ସା ପାଇଁ 30 ଟି ଶଯ୍ୟା ସ୍ୱତନ୍ତ୍ର ଭାବରେ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । VIMSAR ନିର୍ଦ୍ଦେଶକ ଡ. ଲଲିତ ମେହେରଙ୍କ ସୂଚନା ଅନୁଯାୟୀ 10 ଟି ଶଯ୍ୟା ENT, ଚକ୍ଷୁ ଚିକିତ୍ସା ଏବଂ ମେଡିସିନ୍ ବିଭାଗରେ ସଂରକ୍ଷିତ ରହିବ । ବିଭିନ୍ନ ବିଭାଗରେ ଏହି ସମସ୍ତ ଶଯ୍ୟାକୁ ଭାଗ କରାଯାଇ ସଂରକ୍ଷଣ କରାଯିବ । ଫଳରେ ଡାକ୍ତରମାନଙ୍କୁ ବ୍ଲାକ ଫଙ୍ଗସ୍ ରୋଗୀଙ୍କୁ ଚିକିତ୍ସା ଯୋଗାଇବାରେ ସାହାଯ୍ୟ କରିବ ବୋଲି ମେହେର କହିଛନ୍ତି ।ଏଠାରେ ସୂଚନାଥାଉକି, ବର୍ତ୍ତମାନ ଏହି ରୋଗରେ ପୀଡିତ 10 ଜଣ ରୋଗୀ ଭିମସାରର ENT ୱିଙ୍ଗରେ ଚିକିତ୍ସିତ ହେଉଛନ୍ତି ଏବଂ ସେମାନଙ୍କ ଅବସ୍ଥା ସ୍ଥିର ରହିଥିବା ଡା. ମେହେର କହିଛନ୍ତି ।

ଭିମସାରର ଅଧୀକ୍ଷକ ଡ. ଲାଲ ମୋହନ ନାୟକ କହିଛନ୍ତି ଯେ ବ୍ଲାକ ଫଙ୍ଗସ୍ ରୋଗୀମାନେ ସାଧାରଣତଃ ନାକ, ଚକ୍ଷୁ ଚିକିତ୍ସା ଏବଂ ଔଷଧୀୟ ଜଟିଳତାର ଲକ୍ଷଣ ଦେଖାଯାଏ । ହସ୍ପିଟାଲରେ ଆମ୍ଫୋଟେରସିନ୍-ବି ଇଞ୍ଜେକ୍ସନର ଅଭାବ ଦେଖାଦେଇଛି, ଯାହା ବ୍ଲାକ ଫଙ୍ଗସ୍ ରୋଗରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ଜୀବନ ରକ୍ଷାକାରୀ ଔଷଧ । "ଆମେ ଶୀଘ୍ର ଇଞ୍ଜେକ୍ସନ ଯୋଗାଣ ପାଇଁ ସରକାରଙ୍କୁ ଅନୁରୋଧ କରିଛୁ । ଆସନ୍ତା ସପ୍ତାହ ସୁଦ୍ଧା ପର୍ଯ୍ୟାପ୍ତ ଯୋଗାଣ ପାଇବାକୁ ଆମେ ଆଶା କରୁଛୁ ବୋଲି ସେ କହିଛନ୍ତି । ତେବେ ଏପର୍ଯ୍ୟନ୍ତ ଜୀବନ ରକ୍ଷାକାରୀ ଇଞ୍ଜେକ୍ସନର ଅଭାବ ହେତୁ କୌଣସି କ୍ଷୟକ୍ଷତିର ଖବର ଆସିନାହିଁ । ଭିମସାର ସୂତ୍ରରୁ ଜଣାପଡିଛି ଯେ ହସ୍ପିଟାଲକୁ ଆମ୍ଫୋଟେରସିନ୍-ବିର 70 ଟି ଇଞ୍ଜେକ୍ସନ ମିଳିଥିଲା, ଏହା ସମସ୍ତଙ୍କୁ ରୋଗୀଙ୍କୁ ଦିଆଯାଇଥିଲା ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications