ମୋହନା ଅଡ଼ବା ଥାନାରେ ପଶି ପୋଲିସକୁ ପିଟିଲେ ପଞ୍ଚାୟତବାସୀ
ପୋଲିସ୍ ଜଣଙ୍କୁ ଘରୁ ଉଠାଇ ନେବା ପ୍ରତିବାଦରେ ଅଡ଼ବା ଥାନା ଘେରାଉ କଲେ ପଞ୍ଚାୟତବାସୀ । ଝରଣପୁର ଗାଁରେ ପୋଲିସ୍ ରାତିଅଧିଆ ଚଢ଼ାଉ କରି ଜଣଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି ।
ମୋହନା: ପୋଲିସ୍ ଜଣଙ୍କୁ ଘରୁ ଉଠାଇ ନେବା ପ୍ରତିବାଦରେ ଅଡ଼ବା ଥାନା ଘେରାଉ କଲେ ପଞ୍ଚାୟତବାସୀ । ଝରଣପୁର ଗାଁରେ ପୋଲିସ୍ ରାତିଅଧିଆ ଚଢ଼ାଉ କରି ଜଣଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଗଂଜେଇ କାରବାର ମାମଲାରେ ପୋଲିସ୍ ଉଠାଇ ନେଇଥିବା ଅଭିଯୋଗ ହୋଇଛି ।

ଗଞ୍ଜେଇ ରଖିବା ଅଭିଯୋଗରେ ଗାଁର ବିଶ୍ୱନାଥ ଭୂୟାଁଙ୍କୁ ଥାନାକୁ ଉଠାଇ ଆଣିଥିଲା । ଏହାକୁ ବିରୋଧ କରି ଏକାଠି ହୋଇଛନ୍ତି ଦୁଇ ଶହରୁ ଅଧିକ ଲୋକ । ଥାନାରେ ପଶି ଭଙ୍ଗାରୁଜା କରିବା ସହ ଧାରଣା ଦେଇଛନ୍ତି । ବିଶ୍ୱନାଥ ଭୂୟାଁଙ୍କୁ ଛାଡ଼ିବାକୁ ୬ଟି ପଞ୍ଚାୟତର ଲୋକେ ଦାବି କରିଛନ୍ତି ।












Click it and Unblock the Notifications