କେନ୍ଦ୍ରାପଡ଼ାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଲେ ସର୍ବାନନ୍ଦ ସୋନୱାଲ

କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ବାଟିପଡ଼ା ଓ ସିଙ୍ଗିରି ପଞ୍ଚାୟତ ଠାରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗ ଦେଇଛନ୍ତି ।

ବାଟିପଡ଼ା ଠାରେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ସୋନୱାଲ କହିଛନ୍ତି, ମୋଦୀ ସରକାରଙ୍କ ଗ୍ୟାରେଣ୍ଟି ଗାଡ଼ି ଆଜି ଦେଶର ପ୍ରତ୍ୟେକ ପଞ୍ଚାୟତରେ ପହଞ୍ଚୁଛି । ଏହି ଯାତ୍ରାର ଉଦ୍ଦେଶ୍ୟ କ'ଣ ତାହା ସମସ୍ତ ଜନସାଧାରଣ ବୁଝିବା ଉଚିତ୍‌ । ବିଗତ ସାଢ଼େ ୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପ୍ରତ୍ୟେକ ନାଗରିକଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ଅନେକ ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି । ସରକାରୀ ଯୋଜନାର ଶତପ୍ରତିଶତ ଲାଭ କିଭଳି ଜନସାଧାରଣଙ୍କ ନିକଟରେ ପହଞ୍ଚି ପାରିବ ସେଥିପାଇଁ ମୋଦୀ ସରକାରଙ୍କ ଗ୍ୟାରେଣ୍ଟି ଗାଡ଼ି ସବୁ ପଞ୍ଚାୟତ ଓ ସହରାଞ୍ଚଳରେ ବୁଲୁଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ମୋଦୀଙ୍କ ଗ୍ୟାରେଣ୍ଟି ଗାଡ଼ି କିଭଳି ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେଉଛି ତାହା ଜାଣିବା ଲାଗି ସେ ଏଠାକୁ ଆସିଥିବା ଶ୍ରୀ ସୋନୱାଲ କହିଥିଲେ।

Sarbananda Sonowal

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅରୁଣାଚଳ ପ୍ରଦେଶ ଠାରୁ ଆରମ୍ଭ କରି ଗୁଜରାଟ ପର୍ଯ୍ୟନ୍ତ କାଶ୍ମୀର ଠାରୁ ଆରମ୍ଭ କରି କନ୍ୟାକୁମାରୀ ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିକାଶ ହୋଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ସୋନୱାଲ କହିଥିଲେ । ସେ ଆହୁରି କହିଥିଲେ, କେନ୍ଦ୍ର ସରକାରଙ୍କ ଯୋଜନା ସବୁ ବର୍ଗଙ୍କ ସଶକ୍ତିକରଣରେ ସହାୟକ ହେଉଛି। ସରକାର ସବକା ସାଥ, ସବକା ବିଶ୍ୱାସ, ସବକା ବିକାଶ ଓ ସବକା ପ୍ରୟାସ ନୀତି ନେଇ କାର୍ଯ୍ୟ କରୁଛନ୍ତି । ଏହି କାରଣରୁ ଗତ ସାଢ଼େ ୯ ବର୍ଷ ମଧ୍ୟରେ ଦେଶର ୨୫ କୋଟି ଗରିବ ଲୋକ ଦାରିଦ୍ର୍ୟରୁ ମୁକୁଳି ପାରିଛନ୍ତି । ମହିଳା, ପୁରୁଷ, ଯୁବବର୍ଗ, ବୟସ୍କ, ଦିବ୍ୟାଙ୍ଗ, ଏସସି,ଏସଟି, ଓବିସି ଆଦି ସମାଜର ସବୁବର୍ଗର ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କାର୍ଯ୍ୟ କରୁଛନ୍ତି। ସେଥିପାଇଁ ଦେଶର ଦ୍ରୁତ ବିକାଶ ସମ୍ଭବ ହୋଇଛି । ଏହି ବିକାଶଧାରା ୨୦୪୭ ଅର୍ଥାତ୍‌ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପର୍ଯ୍ୟନ୍ତ ଜାରି ରହିବ ଏବଂ ଭାରତ ବିଶ୍ୱର ସବୁଠୁ ଶକ୍ତିଶାଳୀ ଓ ବିକଶିତ ଦେଶରେ ପରିଣତ ହେବ ବୋଲି ସେ କହିଥିଲେ ।

ମହିଳା ସଶକ୍ତିକରଣ ଓ ଦେଶର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପୁନରୁଦ୍ଧାର ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ମଧ୍ୟ ଶ୍ରୀ ସୋନୱାଲ ଆଲୋକପାତ କରିଥିଲେ । ସେ କହିଥିଲେ, ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ଏହାଦ୍ୱାରା ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପୁନଃଜାଗରଣ ହେଉଛି। ଓଡ଼ିଶାକୁ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଦେଶ ଭାବେ ଅଭିହିତ କରି ଶ୍ରୀ ସୋନୱାଲ କହିଥିଲେ, ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଭାରତକୁ ସବୁବେଳେ ସମୃଦ୍ଧ କରି ଆସିଛି । ଭଗବାନ ଓଡ଼ିଶାକୁ ଅପାର ଶକ୍ତି, ସମ୍ଭାବନା ଓ ସମ୍ପଦ ଦେଇଛନ୍ତି । ଏହି ରାଜ୍ୟ ଆଗାମୀ ଦିନରେ ଦେଶର ଅଗ୍ରଣୀ ରାଜ୍ୟ ଭାବେ ଉଭା ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି ଓ ବହୁସଂଖ୍ୟାରେ ସାଧାରଣ ହିତାଧିକାରୀ ସାମିଲ ହୋଇଥିଲେ। ଏହି ଅବସରରେ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ଶପଥ ପାଠ କରାଯାଇଥିଲା।

ଅନ୍ୟପକ୍ଷରେ ଶିଙ୍ଗିରି ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସମ୍ବୋଧିତ କରି ଶ୍ରୀ ସୋନୱାଲ କହିଥିଲେ, ୨୦୧୪ରେ ଦାୟିତ୍ୱ ଗ୍ରହଣ କରିବା ସମୟରେ ପ୍ରଧାନମନ୍ତ୍ରୀ ନିଜକୁ ପ୍ରଧାନ ସେବକ ବୋଲି କହିଥିଲେ। ଦେଶବାସୀଙ୍କ ସେବା ପାଇଁ ସେ ଦେଇଥିବା ସବୁ ପ୍ରତିଶ୍ରୁତି ପୂରଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଯେପରି ସମାଜର ଅନ୍ତିମ ସୋପାନରେ ପହଞ୍ଚି ପାରିବ ସେଥିପାଇଁ ଆଜି ଗାଁ ଗାଁରେ ମୋଦୀଙ୍କ ଗ୍ୟାରେଣ୍ଟିର ଗାଡ଼ି ପହଞ୍ଚୁଛି । ଜଣେ ହେଲେ ନାଗରିକ ଯେପରି ସରକାରୀ ଯୋଜନାର ସୁଫଳ ପାଇପାରିବେ ତାହା ସୁନିଶ୍ଚିତ କରିବା ବିକଶିତ ଭାରତ ସଂକଳ୍ପ ଯାତ୍ରାର ଉଦ୍ଦେଶ୍ୟ। ଯାତ୍ରା ଅବସରରେ ବିଭିନ୍ନ ଯୋଜନାର ଶିବିର ଖୋଲାଯାଇ ହିତାଧିକାରୀଙ୍କ ପଞ୍ଜୀକରଣ କରାଯାଉଛି । ବାଦ୍‌ ପଡ଼ିଥିବା ହିତାଧିକାରୀମାନେ ମୋଦୀଙ୍କ ଗ୍ୟାରେଣ୍ଟିର ଗାଡ଼ି ପାଖକୁ ଆସି ସରକାରୀ ଯୋଜନାର ଲାଭ ନେବାକୁ ସେ ଆହ୍ୱାନ ଦେଇଥିଲେ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଥିଲେ, ପୂର୍ବ ସରକାରଙ୍କ ଅମଳରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଯୋଗୁ ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ମିଳିପାରୁନଥିଲା। ଭାରତୀୟ ଅର୍ଥବ୍ୟବସ୍ଥା ବିଶ୍ୱର ଦଶମ ସ୍ଥାନରେ ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥା ହୋଇପାରିଛି । ଦେଶର ସବୁ ବର୍ଗ ଓ ପ୍ରାନ୍ତର ବିକାଶ ହେଉଛି ବୋଲି ସେ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+